ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ବର୍ଷ ୧୨୮ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି । ପୁରସ୍କାରର ଏହି ତାଲିକାରେ ପୂର୍ବତନ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କୃତ ପ୍ରଦାନ ପାଇଁ ସ୍ଥାନୀତ କରାଯାଇଛି । ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ମରଣୋତ୍ତର ପଦ୍ମ ବିଭୂଷଣ ତଥା କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି ।