ls

ସର୍ଚ୍ଚ ଅପରେସନ ସମୟରେ ୧୦ରୁ ୧୫ କିଲୋ ଓଜନର ୯ଟି ପାଇପ୍ ବମ୍ ଉଦ୍ଧାର

sb

ଛତିଶଗଡ : ଛତିଶଗଡରେ ସୁରକ୍ଷା ବାହିନୀ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କର୍ମଚାରୀମାନେ ଏକାସାଙ୍ଗରେ କାନକେର ଜିଲ୍ଲାର ୯ ଟି ପାଇପ୍ ବୋମା ଉଦ୍ଧାର କରିଥିବା ସୂଚନା ରହିଛି । ବିଏସ୍‌ଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାନକେର ଜିଲ୍ଲାର ଅତ୍ୟଧିକ ନକ୍ସଲ ପ୍ରଭାବିତ କୋଏଲିବେଡା ଅଞ୍ଚଳରେ ଖୋଜାଖୋଜି ବେଳେ ବିଏସ୍‌ଏଫ୍‌ର ଚତୁର୍ଥ ବାଟାଲିୟନର ସୈନିକମାନେ ଜୁମଡାର ଜଙ୍ଗଲରୁ ୯ଟି ପାଇପ ବୋମା ଉଦ୍ଧାର କରିଥିବା ଜଣାପଡିଛି । ଏକ ପାଇପ୍ ବୋମାର ଓଜନ ପ୍ରାୟ ୧୦ ରୁ ୧୫ କିଲୋଗ୍ରାମ ହେବ ବୋଲି କୁହାଯାଇଛି । ଯବାନମାନେ ସଚେତନ ଭାବରେ ନକ୍ସଲମାନଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଦେଇଥିବା ବେଳେ ବିଶେଷଜ୍ଞ ମାନେ ଯବାନଙ୍କ ସାହାଯ୍ୟରେ ସମସ୍ତ ବୋମାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଥିବା ସୂଚନା ମିଳିଛି ।

pc pk
Leave A Reply

Your email address will not be published.