ଦେଶରେ ଓମିକ୍ରନ୍‌ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି : ମୋଟ ରୋଗୀଙ୍କ ସଂଖ୍ୟା ୩୫୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ନୂତନ ଭାରିଆଂଟ ଓମିକ୍ରନ୍‌ର ମାମଲା ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଅନେକ ରାଜ୍ୟ ନିଜ ସ୍ତରରେ ପଦକ୍ଷେପ ନେଉଛନ୍ତି । ଦେଶରେ ଏପର୍ୟ୍ୟନ୍ତ ୩୫୭ଟି ମାମଲା ସାମ୍‌ନାକୁ ଆସିଛି, ଯେଉଁଥି ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସଚେତନ କରାଇବା ସହିତ ଆବଶ୍ୟକତା ଅନୁଯାୟୀ କରୋନା ସମ୍ବନ୍ଧୀୟ ପ୍ରତିବନ୍ଧକକୁ କାର୍ୟ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ କେନ୍ଦ୍ର କହିଛି । ଏହି କ୍ରମରେ, ବୁଷ୍ଟର ଡୋଜ୍ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେବା ପ୍ରସଙ୍ଗରେ ଆଲୋଚନା ମଧ୍ୟ ବୃଦ୍ଧି ପାଇଛି ।

Leave A Reply

Your email address will not be published.