oom

ଯଦି ଏହି ଟିକା ବାହୁ ଉପରେ ପ୍ରୟୋଗ କରାଯାଏ, ତେବେ ଆପଣ ବାହୁବଲୀ ହୋଇଯିବେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

jsmm

ନୂଆଦିଲ୍ଲୀ : ଆଜି ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ମତ ରଖିଛନ୍ତି । ଏହି ସମୟରେ ସେ ଦେଶର ସମସ୍ତ ଲୋକଙ୍କୁ ଗଣମାଧ୍ୟମ କର୍ମଚାରୀଙ୍କ ସମେତ କରୋନା ଟିକା ନେବାକୁ ଅନୁରୋଧ କରିଥିଲେ । ପିଏମ ମୋଦୀ କହିଛନ୍ତି ଯେ, ଯଦି ଏହି ଟିକା ବାହୁ ଉପରେ ପ୍ରୟୋଗ କରାଯାଏ, ତେବେ ଆପଣ ବାହୁବଲୀ ହୋଇଯିବେ । ଗଣମାଧ୍ୟମକୁ ସମ୍ବୋଧିତ କରିବା ବେଳେ ସେ କହିଥିଲେ, ମୁଁ ଆଶା କରୁଛି ଯେ ଆପଣ ସମସ୍ତେ ନିଶ୍ଚିତ ଭାବରେ ଅତିକମରେ ଗୋଟିଏ ଡୋଜ ପାଇଥିବେ, କିନ୍ତୁ ଏହା ସତେ୍‌ତ୍ୱ ମୁଁ ଗଣମାଧ୍ୟମର ସମସ୍ତ ବନ୍ଧୁମାନଙ୍କୁ ମଧ୍ୟ ପ୍ରାର୍ଥନା କରେ ତଥା ସଂସଦର ସମସ୍ତ ସହକର୍ମୀଙ୍କୁ ମଧ୍ୟ ପ୍ରାର୍ଥନା କରେ, ଦୟାକରି ସମସ୍ତେ କରୋନା ପ୍ରୋଟୋକଲ୍ ଅନୁସରଣ କରିବାରେ ସହଯୋଗ କରନ୍ତୁ ।

jittmm
Leave A Reply

Your email address will not be published.