jayashree

ମହିଳାଙ୍କ ମୃତଦେହରେ ଗୁଡ଼ାଇ ହୋଇ ରହିଥିଲେ ୧୦୦ରୁ ଅଧିକ ସାପ : ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ଆମେରିକାର ମେରିଲ୍ୟାଣ୍ଡ ଠାରେ ଗୋଟିଏ ଘର ଭିତରେ ଜଣେ ୪୯ ବର୍ଷ ବୟସ୍କ ମହିଳା ସୋଫା ଉପରେ ତାଙ୍କ ମୃତ ଦେହ ପଡ଼ିଥିଲା । ତେବେ ଏ ସମ୍ପର୍କରେ ପୋଲିସକୁ ପାଖ ପଡୋଶୀ ଖବର ଦେବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଲା । ପଡୋଶୀମାନେ ଉକ୍ତ ମହିଳାଙ୍କୁ ଦୁଇ ଦିନ ଧରି ବାହାରେ ନଦେଖିବାରୁ କିଛି ଅଘଟଣ ଆଶଙ୍କା କରି ପୋଲିସକୁ ଖବର ଦେଇଥିଲେ । ଏମର୍ଜେନ୍ସି ମେଡିକାଲ ଟିମ ଓ ଫାୟାର ବ୍ରିଗେଡ ସହ ପୋଲିସ ଯେତେବେଳେ ମହିଳାଙ୍କ ଘର ନିକଟରେ ପହଞ୍ଚିଲେ ମହିଳା ଜଣକ ମୃତ ଅବସ୍ଥାରେ ତାଙ୍କ ସୋଫା ଉପରେ ପଡ଼ିଥିଲେ । ତାଙ୍କ ଘର ଓ ଘର ବାହାରେ ୧୦୦ରୁ ଅଧିକ ସାପ ରହିଥିବାର ଦେଖାଯାଇଥିଲା । ମହିଳାଙ୍କ ଉପରେ ମଧ୍ୟ ସାପ ରହିଥିବାର ଦେଖାଯାଇଥିଲା । ପୋଲିସ ମହିଳାଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ସାପ ଧରିବା ପାଇଁ ଆନିମଲ କଣ୍ଟ୍ରୋଲ ଟିମ ନିୟୋଜିତ ଅଛନ୍ତି ବୋଲି ଆନିମଲ କଣ୍ଟ୍ରୋଲ ସଦସ୍ୟ ଚାର୍ଲସ କାଉଣ୍ଟି ପ୍ରକାଶ କରିଛନ୍ତି । ଆମେରିକାରେ ଗତ ୩୦ ବର୍ଷ ଭିତରେ ଏକ ସମୟରେ ଏତେ ଗୁଡିଏ ସାପ ଜଣଙ୍କ ଘରେ ଦେଖାଯାଇଥିବାର ନଜିର ନାହିଁ ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ପରେ ମୃତଦେହ ଓ ସାପକୁ ଉଦ୍ଧାର କରାଯିବା ପରେ ଘର ଭିତରୁ ୧୨୫ଟି ସାପ ବାହାରିଥିଲେ । ସାପ ଭିତରେ ୧୪ଫୁଟର ଅଜଗର ସାପ ମଧ୍ୟ ଥିଲା ବୋଲି କହିଛି ପୋଲିସ । ତେବେ ମହିଳାଙ୍କୁ ହତ୍ୟା କରାଯାଇଛି କି ସାପ କାମୁଡ଼ିବା ପରେ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.