କାଶୀରେ ଅଛନ୍ତି ବାବା ବିଶ୍ୱନାଥ ତ’ ତାମିଲନାଡୁରେ ଭଗବାନ ରାମେଶ୍ୱରମଙ୍କ ଆଶୀର୍ବାଦ, ବାରାଣାସୀରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କାଶୀର ତାମିଲ ସଙ୍ଗାମ୍ୱ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, କାଶୀ ତାମିଲ ସଙ୍ଗମମ୍‌ ନିଜେ ସ୍ୱତନ୍ତ୍ର । ସେ କହିଛନ୍ତି ଯେ, କାଶୀ ଦୁନିଆର ସର୍ବ ପୁରାତନ ସହର । କାଶୀ ଏବଂ ତାମିଲନାଡୁର ପଣ୍ଡିତମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କାଶୀ ଏବଂ ଦକ୍ଷିଣରେ ତାମିଲନାଡୁର ସାଂସ୍କୃତିକ ସହଭାଗିତା ଗୁରୁତ୍ୱ ପ୍ରଦାନ କରିଛି ।

ଭାରତର ଏହି ସାଂସ୍କୃତିକ ଏକତାକୁ ପ୍ରଦର୍ଶନ କରି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, କାଶୀରେ ବାବା ବିଶ୍ୱନାଥ ଏବଂ ତାମିଲନାଡୁରେ ପ୍ରଭୁ ରାମେଶ୍ୱରମଙ୍କ ଆଶୀର୍ବାଦ ରହିଛି । ଉଭୟ ହେଉଛନ୍ତି ଶିବମୟ ଏବଂ ଶକ୍ତିମୟ । କାଶୀ ଏବଂ କାଞ୍ଚି ରୂପରେ, ଉଭୟ ସ୍ଥାନର ସାପ୍ତପୁରୀମାନଙ୍କ ମଧ୍ୟରେ ନିଜସ୍ୱ ଗୁରୁତ୍ୱ ରହିଛି । କାଶୀ ଏବଂ ତାମିଲନାଡୁ ଉଭୟ ଆଚାର୍ଯ୍ୟଙ୍କ ଦେଶ ।

‘କାଶୀ ତାମିଲ ସଙ୍ଗମାମ’କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କାଶୀ ତୁଲସି ଦାସର ଦେଶ ଏବଂ ତାମିଲନାଡୁ ସନ୍ଥ ତିରୁବଲ୍ଲୁବରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି । କାଶୀ ଏବଂ ତାମିଲନାଡୁର ସଂଗୀତ ଏବଂ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରି ସେ କହିଥିଲେ ଯେ, ଉଭୟ କାଶୀ ଏବଂ ତାମିଲନାଡୁ ହେଉଛି ସଙ୍ଗୀତ ଏବଂ କଳାକାରଙ୍କ ଦେଶ । କାଶୀରେ ତବଲା ଏବଂ ଦକ୍ଷିଣରେ ମୃଦଙ୍ଗମ୍ ପରି ବାଦ୍ୟ ଯନ୍ତ୍ର ଅଛି । କାଶୀର ଶାଢ଼ି ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ ତାମିଲନାଡୁର କାଞ୍ଜିବରମ ସିଲ୍‌କ ଶାଢ଼ୀ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।

Leave A Reply

Your email address will not be published.