om academy

ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହଙ୍କ ଦେହାନ୍ତ

jsm

ଚଣ୍ଡିଗଡ଼ : ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହ(୯୧)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ପାଖାପାଖି ମାସେ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତରାତି ପ୍ରାୟ ସାଢେ଼ ୧୧ଟାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଗତ ୫ ଦିନ ତଳେ ସେ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଝିଅ ଡାକ୍ତର ମୋନା ମିଲ୍‌ଖା ସିଂହ ଓ ପୁଅ ଜିଭ୍‌ ମିଲ୍‌ଖା ସିଂହ ଉପସ୍ଥିତ ରହିଥିଲେ । ମିଲଖା ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ମିଲଖା ସିଂଙ୍କ ପରଲୋକରେ ଦେଶ ଜଣେ ମହାନ ଖେଳାଳିଙ୍କୁ ହରାଇଲା । ସେ ଅଗଣିତ ଭାରତୀୟ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ ।’

Leave A Reply

Your email address will not be published.