ଭୋପାଳ : ମଧ୍ୟପ୍ରଦେଶର ଭୋପାଳରେ ୩୭ ବର୍ଷିୟ ମହମ୍ମଦ ମେହବୁବ ତିନି ବର୍ଷର ଜଣେ ଶିଶୁକନ୍ୟାକୁ ନିଜ ଜୀବନ ବାଜିରେ ଲଗାଇ ବଞ୍ଚାଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଦେଖୁଥିବା ଲୋକେ ମେହବୁବଙ୍କୁ ପ୍ରଶଂସା କରୁଛନ୍ତି ।
ଏହା ଘଟିଥିଲା ଫେବୃଆରୀ ୫ ତାରିଖ ସନ୍ଧ୍ୟାରେ । ମେହବୁବ ଭୋପାଳର ବାରଖେଡି ଅଞ୍ଚଳରୁ ତାଙ୍କ କାରଖାନାରୁ ଯାଉଥିଲେ । ବାଟରେ ଦେଖିଲେ ଏକ ମାଲବାହୀ ଟ୍ରେନ୍ ଆସୁଛି । ଏହି ସମୟରେ ମେହବୁବ ଟ୍ରାକ୍ରେ ତିନି ବର୍ଷର ଝିଅକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପିତାମାତାଙ୍କ ସହ ରେଳ ଟ୍ରାକ୍ ଧାରରେ ଠିଆ ହୋଇଥିବା ବେଳେ ଶିଶୁ ବାଳିକା ହଠାତ୍ ରେଳ ଟ୍ରାକ୍ ଉପରେ ପଡିଯାଇଥିଲା ।
ମହମ୍ମଦ ମେହବୁବ ସାହସିକତା ଦେଖାଇଲେ ଏବଂ ତାଙ୍କ ଜୀବନକୁ ବାଜି ଲଗାଇ ରେଳବାଇ ଟ୍ରାକରୁ ଉଠିବାକୁ ଚେଷ୍ଟା କରୁଥିବା ଝିଅ ଆଡକୁ ଦୌଡ଼ିଗଲେ । ଟ୍ରେନ୍ ସାମ୍ନାକୁ ଚାଲି ଆସିଥିଲା ସେତେବେଳେ । ତା’ପରେ ସେ ନିଜେ ଝିଅ ସହ ଟ୍ରାକ୍ ମଝିରେ ଶୋଇଗଲେ । ଦୁହିିଁଙ୍କ ଉପରେ ମାଲବାହୀ ଟ୍ରେନ୍ ଚାଲିଯାଇଥିଲା ।