centurian jitm

ରାଷ୍ଟ୍ରୀୟ ମହିଳା ଆୟୋଗ ଡିଏସ୍ଏଲ୍ଏସ୍ଏର ସହଯୋଗରେ ଆଇନ୍ ସେବା କ୍ଳିନିକ୍ ଆରମ୍ଭ କଲା : ବିପଦରେ ପଡିଥିବା ମହିଳାମାନଙ୍କୁ ମାଗଣାରେ ଆଇନ୍ ସହାୟତା ଏବଂ ପରାମର୍ଶ ପ୍ରଦାନ କରିବା ନିମନ୍ତେ କ୍ଳିନିକ୍

nschool

ନୂଆଦିଲ୍ଲୀ, (ପିଆଇବି) : ମହିଳାମାନଙ୍କ ନିମନ୍ତେ ଆଇନ୍ ସହାୟତାକୁ ଆହୁରି ଅଧିକ ସୁଲଭ କରିବା ନିମନ୍ତେ, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍ଏସ୍‌ଡବ୍ଲ୍ୟୁ) ଦିଲ୍ଲୀ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ (ଡିଏସ୍ଏଲ୍ଏସ୍ଏ)ର ସହଯୋଗରେ ଏକ ଆଇନ୍ ସହାୟତା କ୍ଲିନିକ୍ ଆରମ୍ଭ କରିଛି, ଯାହା ମହିଳା ମାନଙ୍କର ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ମହିଳାମାନଙ୍କୁ ସିଙ୍ଗଲ୍ ୱିଣ୍ଡୋ/ ଗୋଟିଏ ସ୍ଥାନରେ ମାଗଣାରେ ଆଇନ୍ ସହାୟତା ପ୍ରଦାନ କରି ସୁଚାରୁ ରୂପେ କାର୍ଯ୍ୟ କରିବ । ରାଷ୍ଟ୍ରୀୟ ମହିଳା ଆୟୋଗ ଅନ୍ୟନ୍ୟ ରାଜ୍ୟ ମହିଳା ଆୟୋଗ ଗୁଡିକରେ ଏହି ଭଳି ଆଇନ୍ ସେବା କ୍ଲିନିକ୍ ସ୍ଥାପନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛି । ନୂଆଦିଲ୍ଲୀରେ ରହିଥିବା ଆୟୋଗର କାର୍ଯ୍ୟାଳୟରୁ ଆଇନ୍ ସହାୟତା କ୍ଲିନିକ୍ ସଂଚାଳିତ ହେବ । କୌଣସି ବି ମହିଳା ଏହି କ୍ଲିନିକ୍‌ରେ ନିଃଶୁଳ୍କ ଆଇନ୍ ସେବା ଏବଂ ପରାମର୍ଶ ପାଇବାର ସୁବିଧା ନିମନ୍ତେ ସକ୍ଷମ ହେବେ, ଯେଉଁଠାରେ ଡିଏସ୍ଏଲ୍ଏସ୍ଏର ପ୍ୟାନେଲ୍‌ରେ ଥିବା ଆଇନ୍ ସେବା ଅଧିବକ୍ତା ମହିଳାମାନଙ୍କୁ ପରାମର୍ଶ ଦେଇ ସାହାଯ୍ୟ କରିବେ । ଆଇନ୍ ସହାୟତା କ୍ଲିନିକ୍‌ର ଶୁଭାରମ୍ଭ ସମାରୋହ ଗତକାଲି ଦିଲ୍ଲୀରେ ଆୟୋଗର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମା, ଅତିରିକ୍ତ ସେସନ୍ ଜଜ୍ ସୁଶାନ୍ତ ଚଙ୍ଗୋତ୍ରା, ଅତିରିକ୍ତ ସଚିବ, ଡିଏସ୍ଏଲ୍ଏସ୍ଏ, ସୁଶ୍ରୀ ନମିତା ଅଗ୍ରୱାଲ୍, ସ୍ୱତନ୍ତ୍ର ସଚିବ, ଡିଏସ୍ଏଲ୍ଏସ୍ଏ ଏବଂ କନୱଲ୍ ଜିତ୍ ଆରୋରା, ସଦସ୍ୟ ସଚିବ, ଡିଏସ୍ଏଲ୍ଏସ୍ଏ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ । ସଭାକୁ ସମ୍ବୋଧିତ କରି ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମା ଏହା କହିଥିଲେ ଯେ, ଆଇନ୍ ସହାୟତା କେନ୍ଦ୍ରର ଉଦ୍ଦେଶ୍ୟ ମହିଳାମାନଙ୍କୁ ମାଗଣାରେ ଆଇନ୍ ପରାମର୍ଶ ଏବଂ ଆଇନ୍ ସେବା ପ୍ରଦାନ କରିବା ଅଟେ । “ଆଜିର ଦିନ ହେଉଛି ଏମିତି ଏକ ଦିନ, ଯାହା ମହିଳା ମାନଙ୍କର ସହାୟତା ନିମନ୍ତେ ଏନ୍ସିଡବ୍ଲ୍ୟୁର ନିରନ୍ତର ପ୍ରୟାସ ଗୁଡିକ ମଧ୍ୟରୁ ଗୋଟିଏ, ଯାହା ଏକ ନୂତନ ଅଧ୍ୟାୟ ଖୋଲୁଛି । ଆଇନ୍ ସହାୟତା କ୍ଲିନିକ୍ ମହିଳା ମାନଙ୍କର ଅଧିକାର ଗୁଡିକର ରକ୍ଷା କରିବା ନିମନ୍ତେ ଏବଂ ସେମାନଙ୍କୁ ଆଇନ୍ ପରାମର୍ଶ ଏବଂ ସହାୟତା ପ୍ରାପ୍ତ କରାଇବା ପାଇଁ ୱାନ୍- ଷ୍ଟପ୍ କେନ୍ଦ୍ର ହେବା ଉପରେ ଧ୍ୟାନ କେନ୍ଦ୍ରିତ କରିବ । ମହିଳାମାନେ ଏବେ ଦ୍ୱାର ଦ୍ୱାର ନବୁଲି ଆଇନ୍ ସେବା ସହାୟତା ପ୍ରାପ୍ତ କରିପାରିବେ” ବୋଲି ସେ କହିଥିଲେ । ନୂତନ ଆଇନ୍ ସହାୟତା କ୍ଲିନିକ୍ ମାଧ୍ୟମରେ ଅଭିଯୋଗକାରିଣୀଙ୍କ ନିମନ୍ତେ ପରାମର୍ଶ ପ୍ରଦାନ କରାଯିବ, ବିପଦରେ ପଡିଥିବା ମହିଳାମାନଙ୍କୁ ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ (ଏନ୍ଏଏଲ୍ଏସ୍ଏ) / ଡିଏସ୍ଏଲ୍ଏସ୍ଏର ବିଭିନ୍ନ ଯୋଜନା ଗୁଡିକ ଉପରେ ଆଇନ୍ ସହାୟତା, ପରାମର୍ଶ ଏବଂ ସୂଚନା ପ୍ରଦାନ କରାଯିବ, ମହିଳା ଜନଶୁଣାଣିରେ ସହାୟତା, ମାଗଣା ଆଇନ୍ ସହାୟତା, ବୈବାହିକ ମାମଲାରେ ଶୁଣାଣି ଏବଂ ଆୟୋଗ ସହିତ ପଞ୍ଜୀକୃତ ଅନ୍ୟ ଅଭିଯୋଗ ଗୁଡିକର ଅନ୍ୟ ସେବା ସହିତ ପ୍ରଦାନ କରାଯିବ ।

Leave A Reply

Your email address will not be published.