ଆଜି ମହାଶିବତ୍ରୀରେ ମହାକୁ‌ମ୍ଭର ପ୍ରଥମ ରାଜ ସ୍ନାନ : ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ବୁଡ଼ ପକାଇଲେ

ହରିଦ୍ୱାର : ମହାଶିବରାତ୍ରୀ ଅବସରରେ ଭକ୍ତମାନେ ହରିଦ୍ୱାରର ପବିତ୍ର ଗଙ୍ଗା ନଦୀରେ ମହାକୁ‌ମ୍ଭର ପ୍ରଥମ ରାଜ ସ୍ନାନରେ ଲକ୍ଷ ଲକ୍ଷବୁଡ଼ ପକାଇଲେ । ଆଇଜି କୁ‌ମ୍ଭ ମେଳା ସଞ୍ଜୟ ଗୁଞ୍ଜୟାଲ କହିଛନ୍ତି ଯେ, ଏପର୍ୟ୍ୟନ୍ତ ୨୨ ଲକ୍ଷରୁ ଅଧିକ ଭକ୍ତ ସ୍ନାନ କରିଛନ୍ତି । ଏହା ପୂର୍ବରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ସିଏମ୍‌ ପଦ ଗ୍ରହଣ କରିବା ବେଳେ ରାଜ ସ୍ନାନ ଅବସରରେ ହେଲିକପ୍ଟରରୁ ପୁ‌ଷ୍ପ ବୃ‌ଷ୍ଟି କରିଛ‌ନ୍ତି ।

ମୁଖ୍ୟମନ୍ତ୍ରୀ ରାୱତ କହିଛନ୍‌ନ୍ତି ଯେ, ସତର୍କତା ଅବଲମ୍ବନ କରିବା ପରେ ଏହା ମଧ୍ୟ ନିଶ୍ଚିତ ହେବା ଉଚିତ ଯେ କୁମ୍ଭକୁ ଆସୁଥିବା ଭକ୍ତମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସେ କହିଛନ୍ତି, ପରିଦର୍ଶକମାନେ ଗଙ୍ଗାରେ ସୁବିଧାଜନକ ଭାବରେ ଗାଧୋଇ ପାରିବେ । ସାଧୁମାନଙ୍କ ସମ୍ମାନ ଶୀର୍ଷରେ ଅଛି । କୁମ୍ଭର ମହାନତା ନିଶ୍ଚିତ ହେବା ଉଚିତ୍ ।

Leave A Reply

Your email address will not be published.