କେନ୍ଦ୍ର ଉପରେ ସିଦ୍ଧୁଙ୍କ ଆକ୍ରମଣ : ଆୟ ଦୁଇଗୁଣ କରିବାକୁ ପ୍ରତିଜ୍ଞା କରି ୫୦୦ର ଲଲିପପ୍ କୃଷକଙ୍କୁ ଧରାଇ ଦେଲେ ସରକାର

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି ଯେ, କୃଷକମାନେ କୌଣସି ଛାଡ କିମ୍ବା ସବସିଡି ମାଗୁନାହାଁନ୍ତି । ସେମାନେ ସେମାନଙ୍କର ଉପଯୁକ୍ତ ରୋଜଗାର ଏବଂ ଉଚିତ ମୂଲ୍ୟ ପାଇଁ ଲଢ଼ୁଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ସେମାନଙ୍କୁ ୬୦୦୦ ଟଙ୍କା ଅର୍ଥାତ୍ ପ୍ରତି ମାସରେ ୫୦୦ ଟଙ୍କା ଲଲିପପ୍ ଦେଇଥିଲେ ।
ଆଜି କୃଷକ ଆନ୍ଦୋଳନର ୧୮ ତମ ଦିନ । କୃଷକମାନେ ସେଠାରେ ଅଟକି ରହିଛନ୍ତି ଏବଂ ସେମାନଙ୍କର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରୁଛନ୍ତି । ଆଜି ରାଜସ୍ଥାନର କୃଷକମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେବାକୁ ଘୋଷଣା କରିଛନ୍ତି । କୃଷକମାନେ କହିଛନ୍ତି ଯେ, ସେମାନେ ଆଜି ଜୟପୁର ଦିଲ୍ଲୀ ରାଜପଥକୁ ଅବରୋଧ କରିବେ, ଏହା ସହିତ କୃଷକମାନେ ମଧ୍ୟ ୧୪ ଡିସେମ୍ବରରେ ଆମରଣ ଅନଶନ କରିବେ ବୋଲି ଧମକ ଦେଇଛନ୍ତି । ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ହେଉଛି ଯେ, ୧୨ ଦିନ ଧରି ବନ୍ଦ ଥିବା ଦିଲ୍ଲୀ-ନୋଏଡା ଚିଲା ସୀମା ବର୍ତ୍ତମାନ କୃଷି ଆଇନ ବିରୁଦ୍ଧରେ ଚାଷୀଙ୍କ ପ୍ରଦର୍ଶନ ଯୋଗୁଁ ଖୋଲାଯାଇଛି । ଶନିବାର ଦିନ କୃଷକ ସଂଗଠନର ପ୍ରତିନିôଧମାନେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଥିଲେ ଏବଂ ପରେ ସୀମା ଖୋଲିବାକୁ ଚୁକ୍ତି ହୋଇଥିଲା ।

Leave A Reply

Your email address will not be published.