ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ : କୋଇଲା ମନ୍ତ୍ରଣାଳୟ

  • ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ୍ ୨୮% ବୃଦ୍ଧି ପାଇ ୩୩.୪୬ ନିୟୁତ ଟନ୍ ଛୁଇଁଲା
  • ଭାରତୀୟ ରେଳବାଇ ଦ୍ୱାରା ଉପଲବ୍ଧ ହେଉଛି ପର୍ଯ୍ୟାପ୍ତ ରେକ୍

ନୂଆଦିଲ୍ଲୀ, (ପିଆଇବି) : ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ୧୬ ଜୁଲାଇ ୨୦୨୩ ସୁଦ୍ଧା ତାପଜ ବିଦ୍ୟୁତ କେନ୍ଦ୍ରରେ ଶେଷ କୋଇଲା ଷ୍ଟକ୍ ୩୩.୪୬ ନିୟୁତ ଟନ୍ (ମେଟ୍ରିକ୍ ଟନ୍) ରହିଛି, ଯାହା କି ଗତ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୨୮% ଅଧିକ। ଖଣି ଶେଷରେ ପିଟହେଡ୍ କୋଇଲା ଷ୍ଟକ୍, ଟ୍ରାନଜିଟ ଏବଂ ଟିପିପି ସମେତ ସମସ୍ତ ସ୍ଥାନରେ କୋଇଲା ଉପଲବ୍ଧତା ୧୦୩ ମେଟ୍ରିକ୍ ଟନ୍ ରହିଛି, ଯାହା ଗତବର୍ଷ ୭୬.୮୫ ମେଟ୍ରିକ୍ ଟନ୍ ଥିଲା, ଯାହା କି ୩୪% ଅଧିକ। ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ଜେନକୋ ଏବଂ ରାଜ୍ୟ ଜେନକୋ ସହିତ ମଧ୍ୟ ଘନିଷ୍ଠ ସମନ୍ୱୟ ରଖିଛି ଏବଂ ଶକ୍ତି କ୍ଷେତ୍ର ପାଇଁ କୋଇଲାର କୌଣସି ଅଭାବ ନାହିଁ ।

କୋଇଲା ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଜୁଲାଇ, ୨୦୨୩ରେ ଉତ୍ପାଦନ ଗତ ବର୍ଷର ସମାନ ସମୟ ତୁଳନାରେ ବହୁତ ଅଧିକ ହୋଇଛି। ବାସ୍ତବରେ ବର୍ଷା ଯୋଗୁଁ କୋଇଲା ଉତ୍ପାଦନ ଅତ୍ୟନ୍ତ ପ୍ରଭାବିତ ହୋଇଛି। ମୌସୁମୀ ଋତୁ ପାଇଁ ଖଣିଭିତ୍ତିକ ଆଗୁଆ ଯୋଜନା ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ବଡ଼ ଖଣିରୁ ନିରବଚ୍ଛିନ୍ନ ନିଷ୍କାସନ ପାଇଁ କୋଇଲା କଂପାନିଗୁଡ଼ିକ ସିମେଣ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି । ଯାନ୍ତ୍ରିକ କୋଇଲା ପରିଚାଳନା କାରଖାନା ମାଧ୍ୟମରେ ୯ଟି କୋଇଲା ଖଣିରୁ ରେଳ ସାଇଡିଂକୁ ପରିବହନ ଆରମ୍ଭ ହୋଇଛି । କୋଇଲା କଂପାନିଗୁଡ଼ିକ ମଧ୍ୟ ଉପର ସିମରୁ କୋଇଲା ଉତ୍ତୋଳନ କରିବାକୁ ଯୋଜନା କରିଛନ୍ତି, ଫଳସ୍ୱରୂପ ୨୦୨୩ ଏପ୍ରିଲ ପହିଲାରୁ ଜୁଲାଇ ୧୬ ମଧ୍ୟରେ କୋଇଲା ଉତ୍ପାଦନ ୨୫୮.୫୭ ନିୟୁତ ଟନ୍ ହୋଇଛି, ଯାହା ଗତବର୍ଷ ୨୩୬.୬୯ ନିୟୁତ ଟନ୍ ଥିଲା ।

ସେହିପରି ଗତବର୍ଷ ୨୨୪ ମେଟ୍ରିକ୍ ଟନ୍ କୋଇଲା ଯୋଗାଣ ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୩୩ ମେଟ୍ରିକ୍ ଟନ୍ ରହିଛି । ବାସ୍ତବରେ, ଯଥେଷ୍ଟ ଉପଲବ୍ଧତା କାରଣରୁ କୋଇଲା କମ୍ପାନୀଗୁଡିକ ଏହି ସମୟ ମଧ୍ୟରେ ଅଣ-ନିୟନ୍ତ୍ରିତ କ୍ଷେତ୍ରକୁ ବିପୁଳ ପରିମାଣର ଅତିରିକ୍ତ ପରିମାଣରେ ଯୋଗାଣ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ତାପଜ ବିଦ୍ୟୁତ ଉତ୍ପାଦନରେ ଅଭିବୃଦ୍ଧି ମାତ୍ର ୨.୦୪% ଥିବା ବେଳେ କୋଇଲା ଉତ୍ପାଦନରେ ଅଭିବୃଦ୍ଧି ୯% ରୁ ଅଧିକ ରହିଛି ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସହାୟକ ସଂସ୍ଥା ପାଇଁ ପର୍ଯ୍ୟାପ୍ତ ରେକ୍ ଉପଲବ୍ଧ କରାଯାଉଛି, ଯାହା ଥର୍ମାଲ ପାୱାର ପ୍ଲାଣ୍ଟରେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ମହଜୁଦ୍ ରହିବାର ବାଟ ଖୋଲିଛି । କୋଇଲା, ରେଳ ବାଇ ଏବଂ ଶକ୍ତି ମନ୍ତ୍ରଣାଳୟ ସମସ୍ତ ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି ।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ କୋଇଲା ଉପଲବ୍ଧ ନଥିବାରୁ କୌଣସି ପାୱାର ପ୍ଲାଣ୍ଟ ବନ୍ଦ ହୋଇନାହିଁ ।

Leave A Reply

Your email address will not be published.