ଭାରସାମ୍ୟ ହରାଇ ନଦୀକୁ ଖସିଲା କାର୍‌ : ୯ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ରାମନଗରରେ ସଡକ ଦୁର୍ଘଟଣା ଘଟି ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ସକାଳେ କାର ଢେଲା ନଦୀ ଅତିକ୍ରମ କରୁଥିଲା । ହେଲେ କାର୍‌ଟି ଭାରସାମ୍ୟ ହରାଇ ନଦୀ ଭିତରକୁ ଖସିପଡିଥିଲା । ତେବେ ଖବରପାଇ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବିଭାଗ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.