ପର୍ଯ୍ୟଟକ ବାହନ ପରିଚାଳକଙ୍କ ପାଇଁ ନୂଆ ଯୋଜନା ଘୋଷଣା

● ଅନଲାଇନ ଆବେଦନ ଦାଖଲ କରିବାର ୩୦ ଦିନ ମଧ୍ୟରେ ଜାରି ହେବ ପରମିଟ୍
● ପରମିଟ୍ ୩ ମାସ କିମ୍ବା ଗୁଣକ ଅବଧି ଲାଗି ଦିଆଯିବ, ଅବଧିକୁ ସର୍ବାଧିକ ତିନି ବର୍ଷ ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରିବ
● ନୂଆ ନିୟମ ଚଳିତ ବର୍ଷ ଏପ୍ରିଲ ପହିଲା ଠାରୁ ଲାଗୁହେବ
● ବାଧାମୁକ୍ତ ପର୍ୟ୍ୟଟନକୁ ପ୍ରୋତ୍ସାହନ ସହିତ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ

ନୂଆଦି‌ଲ୍ଲୀ, (ପିଆଇବି) : ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି ।ଏହି ଯୋଜନା ଅନ୍ତର୍ଗତ ଯେକୌଣସି ପର୍ୟ୍ୟଟକ ବାହନ ପରିଚାଳକ ମାନଙ୍କୁ ଅନଲାଇନ ମାଧ୍ୟମ ଜରିଆରେ “ସର୍ବଭାରତୀୟ ପର୍ୟ୍ୟଟକ ଅନୁମତି/ପରମିଟ୍” ଲାଗି ଆବେଦନ କରିପାରିବେ ।ଜରୁରି କାଗଜପତ୍ର ଏବଂ ଶୁଳ୍କଜମା କରି ଆବେଦନ ଦାଖଲ କରିବା ପରେ ୩୦ ଦିନ ଭିତରେ ଅନୁମତି ଜାରି କରାଯିବ । “ସର୍ବଭାରତୀୟ ପର୍ୟ୍ୟଟକ ବାହନ ପ୍ରାଧିକରଣ ଏବଂ ପରମିଟ୍ନିୟମ, ୨୦୨୧” ରୂପରେ ପରିଚିତ ହେବାକୁ ଥିବା ନୂଆ ନିୟମ ଜିଏସଆର ୧୬୬ (ଇ) ୧୦ମାର୍ଚ୍ଚ୨୦୨୧ରେ ପ୍ରକାଶିତ ହୋଇଥିଲା । ନୂଆ ନିୟମ ୦୧ଏପ୍ରିଲ, ୨୦୨୧ ଠାରୁ ଲାଗୁ ହେବ । ତେବେ ବର୍ତ୍ତମାନର ସମସ୍ତ ପରମିଟ ସେଗୁଡ଼ିକର ବୈଧତା ତାରିଖ ପର୍ୟ୍ୟନ୍ତ ଲାଗୁ ରହିବ ।

ପରମିଟ୍‌ର ନୂଆ ନିୟମ ଫଳରେ ଦେଶର ସମସ୍ତ ରାଜ୍ୟରେ ପର୍ୟ୍ୟଟନକୁ ଦ୍ରୁତ ପ୍ରୋତ୍ସାହନ ମିଳିପାରିବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧିରେ ସହାୟତା ମିଳିପାରିବ ।ଏହି ପଦକ୍ଷେପ ସମ୍ପର୍କରେ ୩୯ତମ ଏବଂ ୪୦ତମ ପରିବହନ ବିକାଶ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ରାଜ୍ୟଗୁଡ଼ିକ ଠାରୁ ପ୍ରତିନିଧିମାନଙ୍କ ଜରିଆରେ ଏହା ଉପରେ ସହମତି ଲୋଡ଼ାଯାଇଥିଲା ।ଜାତୀୟ ପରମିଟ୍‌ ବ୍ୟବସ୍ଥା ଅନ୍ତର୍ଗତ ମାଲବାହୀ ବାହନ ଗୁଡ଼ିକ ପାଇଁ ଏପରି ସୁବିଧା କରାଯିବାର ସଫଳତା ପରେ, ମନ୍ତ୍ରଣାଳୟ ପକ୍ଷରୁ ପର୍ୟ୍ୟଟକ ଯାତ୍ରୀବାହନ ଗୁଡ଼ିକର ବାଧାମୁକ୍ତ ଯାତାୟାତ ନିମନ୍ତେ ଏହି ନୂଆ ନିୟମ ପ୍ରସ୍ତୁତ କରାଯାଇଛି ।

ଏହା ବ୍ୟତୀତ, ନୂଆନିୟମରେ ତିନିମାସ କିମ୍ବା ଏହାର ଗୁଣକ ଅବଧି ଲାଗି ଅନୁମତି/ପରମିଟ୍‌ ଦିଆଯିବ ଯାହାକୁ ତିନିବର୍ଷର ସର୍ବାଧିକ ସୀମା ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରିବ ।ଏହି ବ୍ୟବସ୍ଥାରେ ଆମ ଦେଶର ସେହିସବୁ କ୍ଷେତ୍ରଗୁଡ଼ିକୁ ଧ୍ୟାନରେ ରଖି ସାମିଲ କରାଯାଇଛି ଯେଉଁଠି ସୀମିତ ପର୍ୟ୍ୟଟନ ଋତୁ ରହିଛି ।ସେହିପରି ଏଥିରେ କମ ଆର୍ଥିକ କ୍ଷମତା ଥିବା ଅପରେଟର ମାନଙ୍କୁ ମଧ୍ୟ ସାମିଲ କରାଯାଇଛି ।ଏହା ଏକ କେନ୍ଦ୍ରୀୟ ଡାଟାବେସ ସହିତ ସମସ୍ତ ଅନୁମତି/ପରମିଟ୍‌ ଗୁଡ଼ିକୁ ଏକତ୍ରିତ କରିବ, ଯାହା ପର୍ୟ୍ୟଟକମାନଙ୍କର ଯାତାୟାତ, ପର୍ୟ୍ୟଟନରେ ସୁଧାର, ପ୍ରୋତ୍ସାହନ ନିମନ୍ତେ ସହାୟକ ହେବ ।ଆମ ଦେଶରେ ବିଗତ ୧୫ ବର୍ଷ ମଧ୍ୟରେ ଯାତ୍ରା ଓ ପର୍ୟ୍ୟଟନ ଉଦ୍ୟୋଗ ବେଶ ପ୍ରସାର ଲାଭ କରିବାକୁ ଦୃଷ୍ଟିରେ ରଖି ଏହି ନିୟମ ଅଣାଯାଇଛି ।ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ୟ୍ୟଟକମାନଙ୍କର ଅଭିବୃଦ୍ଧିରେ ଯୋଗଦାନ ରହିଛି ।ଏଥିରେ ଉଚ୍ଚ ଆଶା ପୂରଣ ଏବଂ ପର୍ୟ୍ୟଟକମାନଙ୍କର ଅନୁଭୂତିର ଏକ ଧାରା ରହିଛି ।

Leave A Reply

Your email address will not be published.