oum

ଆଇଆରଏସର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ୱ

jsm

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୋମବାର ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱପ୍ରଦାନ କରିଛନ୍ତି । ସେ ଆସନ୍ତା ୩ମାସ ପାଇଁ ଏହି ପଦରେ ରହିବେ । ଚଳିତ ମାସ ୨୭ ତାରିଖରେ କେନ୍ଦ୍ର ସରକାର ସିବିଡିଟିର ୩ ନୂଆ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ଶ୍ରୀ ମହାପାତ୍ର ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବେ । ଏହା ପୂର୍ବରୁ ସେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ପ୍ରମୁଖ କମିସନର (ଆୟକର) ଭାବେ ନିଯୁକ୍ତି ପାଇଥିଲେ । ଜଣେ ଅଧ୍ୟକ୍ଷ ଓ ୬ ଜଣ ସଦସ୍ୟଙ୍କୁୁ ନେଇ ସିବିଡିଟି ଗଠିତ । ଏମାନେ ସମସ୍ତେ ସ୍ୱତନ୍ତ୍ର ସଚିବ ପାହ୍ୟାର । ଶ୍ରୀ ମହାପାତ୍ରଙ୍କୁୁ ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ମଧ୍ୟ ସିବିଡିଟିରେ ଆଉ ଏକ ପଦ ଖାଲି ରହିଛି ।

Leave A Reply

Your email address will not be published.