centurian jitm

ଇମ୍ରାନ ଖାନ କହିଲେ – ଭାରତକୁ ଦେଖ, ଅବସ୍ଥା କ’ଣ ହୋଇଛି

nschool

ଇସ୍‌ଲାମାବାଦ : କୋଭିଡ ସଙ୍କଟରୁ ଓହରିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସରକାରକୁ ପ୍ରଶଂସା କରିଛନ୍ତି ଏବଂ ଭାରତରେ ମହାମାରୀର ଭୟଙ୍କର ଉଦାହରଣ ଦେଇଛନ୍ତି । ରାୱଲପିଣ୍ଡି ଚାମ୍ବରସ୍‌ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ୧୪ ତମ ଆନ୍ତର୍ଜାତୀୟ ଚାମ୍ବର ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ସେ ସମ୍ବୋଧିତ କରିଥିଲେ ।

ଇମ୍ରାନ ଖାନ କହିଛନ୍ତି ଯେ, ପାକିସ୍ତାନ ଇତିହାସରେ କୌଣସି ସରକାର ଏତେ ପରିମାଣର ରାଜସ୍ୱ ନିଅଂଟର ସମ୍ମୁଖୀନ ହୋଇନାହାଁନ୍ତି । ଯଦି ଆମର ବନ୍ଧୁ ଚୀନ୍‌, ୟୁଏଇ ଏବଂ ସାଉଦି ଆରବ ଏହି ଅର୍ଥ ଦେଇ ନଥାନ୍ତେ, ତେବେ ଆମେ ଡିଫଲ୍ଟ ହୋଇଥା’ନ୍ତୁ । ଋଣ ପରିଶୋଧ କରିବାକୁ ଆମ ପାଖରେ ଟଙ୍କା ନଥିଲା । ଟଙ୍କା ହ୍ରାସରୁ ରକ୍ଷା କରିବା ସହଜ ନଥିଲା । ଏହି ସମୟରେ କୋଭିଡ ମହାମାରୀ ଧକ୍କା ଦେଇଥିଲା । ଆମେ ସେତେବେଳେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲୁ ।

କୋଭିଡ ସଙ୍କଟରୁ ବାହାରିବାରେ ଇମ୍ରାନ ଖାନ ତାଙ୍କ ସରକାରକୁ ପ୍ରଶଂସା କରିଥିଲେ ଏବଂ ଭାରତରେ ମହାମାରୀର ଭୟଙ୍କର ଉଦାହରଣ ଦେଇଥିଲେ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଲ୍ଲାହା ଆମକୁ କୋଭିଡରୁ ତ୍ରାହି କରିଛନ୍ତି, ତାହା ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି । ଆମେ ମଧ୍ୟ ଆମର ଅର୍ଥନୀତିକୁ ବଂଚାଇଛୁ ଏବଂ ଆମ ଲୋକଙ୍କ ଜୀବନ ମଧ୍ୟ ବଂଚାଇଛୁ । ସାରା ଦୁନିଆରେ କୋଭିଡ କ’ଣ ହଇଚଇ ସୃଷ୍ଟି କରିଛି । ଭାରତ ଆମଠାରୁ ବହୁତ ଆଗରେ ଅଛି, କିନ୍ତୁ ସେମାନଙ୍କର ଅଭିବୃଦ୍ଧି ହାର ହ୍ରାସ ପାଇଛି ।

Leave A Reply

Your email address will not be published.