
ଆସନ୍ତା କାଲି ପୁଣି ରାହୁଲ ଗାନ୍ଧୀ ହାଜର୍ ହେବେ ଇଡ଼ି ପାଖରେ
ନୂଆଦିଲ୍ଲୀ : ଆସନ୍ତା କାଲି ପୁଣି ରାହୁଲ ଗାନ୍ଧୀ ହାଜର୍ ହେବେ ଇଡ଼ି ପାଖରେ । ଏନେଇ ଇଡ଼ି ସମନ୍ ଜାରି କରିଛି । ସୂଚନାଯୋଗ୍ୟ ଯେ, ଗତକାଲି ଦୀର୍ଘ ୧୦ ଘଂଟା ଏବଂ ଆଜି ଦୀର୍ଘ ୯ ଘଂଟା ଇଡ଼ି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜେରା କରାଯିବା ପରେ ଆସନ୍ତା କାଲି ପୁଣି ସେ ଇଡ଼ି ପାଖରେ ଉପସ୍ଥିତ ରହିବାକୁ ସମନ୍ ହୋଇଥିବା ସୂଚନା ମିଳିଛି । ତେବେ ଦେଶର ବିଭିନ୍ନ ସ୍ଥାନରେ ରାହୁଲ ଗାନ୍ଧୀଙ୍କୁ ମାରାଥନ ଜୋରାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି ।