ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ କଶ୍ମୀରର ଶୋପିଆନ ଏବଂ ବାରାମୂଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଥିଲା । ବାରମୂଲାର ବିଦିପୋରା ପଟନ ଅଞ୍ଚଳରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି । ଅନ୍ୟପକ୍ଷରେ, ଶୋପିଆନ ଜିଲ୍ଲାର ଚିତ୍ରାଗାମରେ ଆତଙ୍କବାଦୀ ତତ୍ୱାର ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି । ବର୍ତ୍ତମାନ ଅପରେସନ ଚାଲିଛି । ଏହାପୂର୍ବରୁ ମଙ୍ଗଳବାର ଏବଂ ସୋମବାର ଦକ୍ଷିଣ କଶ୍ମୀରର କୁଲଗାମରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!