- ଜୁନ୍ ୨୦୨୨ରେ ୧,୪୪,୬୧୬ କୋଟି ଟଙ୍କାର ସମୁଦାୟ ଜିଏସ୍ଟି ସଂଗ୍ରହ, ପୂର୍ବ ବର୍ଷ ତୁଳନାରେ ୫୬% ବୃଦ୍ଧି
- ଜୁନ୍ ୨୦୨୨ରେ ସଂଗୃହୀତ ସମୁଦାୟ ଜିଏସ୍ଟି ଏପ୍ରିଲ୍ ୨୦୨୨ର ସଂଗ୍ରହ ପରେ ଦ୍ୱିତୀୟ ସର୍ବାଧିକ ସଂଗ୍ରହ
- ଜିଏସ୍ଟି ଲାଗୁ ହେବା ପର ଠାରୁ ପଂଚମ ଥର ପାଇଁ ଜିଏସ୍ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି; ମାର୍ଚ୍ଚ ୨୦୨୨ରୁ ଲଗାତାର ଭାବେ ଏହା ଚତୁର୍ଥ ମାସ
ନୂଆଦିଲ୍ଲୀ, (ପିଆଇବି) : ଜୁନ୍ ୨୦୨୨ରେ ସମୁଦାୟ ସଂଗୃହୀତ ଜିଏସ୍ଟି ରାଜସ୍ୱ ୧,୪୪,୬୧୬ କୋଟି ଟଙ୍କା ରହିଛି, ଯେଉଁଥିରେ ସିଜିଏସ୍ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍ଜିଏସ୍ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ ୪୦,୧୦୨ କୋଟି ଟଙ୍କା ସମେତ) ଏବଂ ସେସ୍ (ମାଲ୍ ଆମଦାନୀ ଉପରେ ସଂଗୃହୀତ ୧୧୯୭ କୋଟି ଟଙ୍କା ସହିତ) ୧୧,୦୧୮ ଟଙ୍କା ରହିଛି । ଜୁନ୍ ୨୦୨୨ରେ ସମୁଦାୟ ଜିଏସ୍ଟି ସଂଗ୍ରହ ଏପ୍ରିଲ୍ ୨୦୨୨ର ୧,୬୭,୫୪୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପରେ ଦ୍ୱିତୀୟ ସର୍ବାଧିକ ଜିଏସ୍ଟି ସଂଗ୍ରହ ଅଟେ ।
ସରକାର ଆଇଜିଏସ୍ଟିରୁ ୨୯,୫୮୮ କୋଟି ଟଙ୍କା ସିଜିଏସ୍ଟି ବାବଦକୁ ଏବଂ ୨୪,୨୩୫ କୋଟି ଟଙ୍କା ଏସ୍ଜିଏସ୍ଟି ବାବଦକୁ ବନ୍ଦୋବସ୍ତ କରିଛନ୍ତି । ଏହା ସହିତ, କେନ୍ଦ୍ର ସରକାର ମଧ୍ୟ ଅସ୍ଥାୟୀ ଭିତିରେ ୫୦:୫୦ ଅନୁପାତରେ ଆଇଜିଏସ୍ଟିର ୨୭,୦୦୦ କୋଟି ଟଙ୍କାକୁ କେନ୍ଦ୍ର ଏବଂ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ମାନଙ୍କ ମଧ୍ୟରେ ବଂଟନର ବନ୍ଦୋବସ୍ତ କରିଛନ୍ତି । ନିୟମିତ ଏବଂ ଅସ୍ଥାୟୀ ବନ୍ଦୋବସ୍ତ ପରେ ଜୁନ୍ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ସମୁଦାୟ ରାଜସ୍ୱ ସିଜିଏସ୍ଟି ନିମନ୍ତେ ୬୮,୩୯୪ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି ନିମନ୍ତେ ୭୦,୧୪୧ କୋଟି ଟଙ୍କା ରହିଛି ।
ଜୁନ୍ ୨୦୨୨ରେ ସଂଗୃହୀତ ରାଜସ୍ୱ ଗତ ବର୍ଷର ଏହି ମାସରେ ଆଦାୟ ହୋଇଥିବା ଜିଏସ୍ଟିର ପରିମାଣ ୯୨,୮୦୦ କୋଟି ଟଙ୍କା ତୁଳନାରେ ୫୬% ଅଧିକ ଅଟେ । ଏହି ମାସରେ, ଆମଦାନୀରୁ ସଂଗୃହୀତ ରାଜସ୍ୱ ୫୫% ଅଧିକ ରହିଥିଲା ଏବଂ ଘରୋଇ ଦେଣନେଣ (ସେବା ଆମଦାନୀ ସହିତ) ରାଜସ୍ୱ ଗତ ବର୍ଷର ଏହି ମାସରେ ଏହି ସ୍ରୋତ ଗୁଡିକରୁ ସଂଗୃହୀତ ରାଜସ୍ୱ ତୁଳନାରେ ୫୬% ଅଧିକ ଅଟେ ।
ଜିଏସ୍ଟି ଲାଗୁ ହେବା ପରେ ଏହା ପଂଚମ ଥର ପାଇଁ ହୋଇଛି, ଯେତେବେଳେ ମାସିକ ଜିଏସ୍ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ଏବଂ ମାର୍ଚ୍ଚ ୨୦୨୨ ପର ଠାରୁ ଏହା ଚତୁର୍ଥ ମାସ ଅଟେ । ଜୁନ୍ ୨୦୨୨ରେ ଜିଏସ୍ଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ ହେବା ସହିତ, ଏହା ଅତୀତରେ ଦେଖିବାକୁ ମିଳୁଥିବା ସବୁଠାରୁ କମ୍ ସଂଗୃହୀତ ମାସ ହେବାର ଧାରାକୁ ଭାଙ୍ଗି ଦେଇଛି । ମେ’ ୨୦୨୨ରେ ସମୁଦାୟ ଇ – ୱେ ବିଲ୍ ଗୁଡିକର ସଂଖ୍ୟା ୭.୩ କୋଟି ଥିଲା, ଯାହା ଏପ୍ରିଲ୍ ୨୦୨୨ରେ ଉତ୍ପନ୍ନ ହୋଇଥିବା ୭.୪ କୋଟି ଇ – ୱେ ବିଲ୍ ତୁଳନାରେ ୨% କମ୍ ଅଟେ ।
ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ନିମନ୍ତେ ମାସିକ ହାରାହାରି ସମୁଦାୟ ଜିଏସ୍ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଗତ ବିତୀୟ ବର୍ଷର ପ୍ରଥମ ତ୍ରୈମାସିକରେ ସଂଗୃହୀତ ୧.୧୦ ଲକ୍ଷ କୋଟି ଟଙ୍କାର ମାସିକ ସଂଗ୍ରହ ତୁଳନାରେ ୩୭% ବୃଦ୍ଧିକୁ ଦର୍ଶାଇଥାଏ । ବିତୀୟ ସଂସ୍କାର ସହିତ ଚୋରିକୁ ରୋକିବା ନିମନ୍ତେ କାର୍ଯ୍ୟକଳାପ, ବିଶେଷ ରୂପରେ ନକଲି ବିଲର୍ସ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଜିଏସ୍ଟିକୁ ବୃଦ୍ଧି କରିବା କ୍ଷେତ୍ରରେ ଯୋଗଦାନ ଦେଇଛି । ଏହି ମାସରେ ସମୁଦାୟ ସେସ୍ ସଂଗ୍ରହ ଜିଏସ୍ଟି ଲାଗୁ ହେବା ପରେ ସର୍ବାଧିକ ଅଟେ ।
ନିମ୍ନରେ ଦିଆ ଯାଇଥିବା ଚାର୍ଟ ୨୦୧୭ – ୧୮ ରୁ ମାସିକ ସମୁଦାୟ ଜିଏସ୍ଟି ରାଜସ୍ୱ ସଂଗ୍ରହର ଧାରାକୁ ଦର୍ଶାଇ ଥାଏ । ଏହି ଟେବୁଲ୍ ଜୁନ୍ ୨୦୨୧ ତୁଳନାରେ ଜୁନ୍ ୨୦୨୨ ମଧ୍ୟରେ ପ୍ରତ୍ୟେକ ରାଜ୍ୟରେ ସଂଗ୍ରହ କରା ଯାଇଥିବା ଜିଏସ୍ଟିର ରାଜ୍ୟ ସ୍ତରୀୟ ସଂଖ୍ୟାକୁ ଦର୍ଶାଇଥାଏ ।