ଆତଙ୍କୀ ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିଲେ ୨ ଭାରତୀୟ ଯୁବକ : ଗିରଫ କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୨ ଜଣ କଟ୍ଟରପନ୍ଥି ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁସାରେ ଆତଙ୍କି ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିବା ୨ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଜଣେ ଦକ୍ଷିଣ ଭାରତର କାଲିଆକୁଲ୍ଲା (ତାମିଲନାଡୁ)ର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମ ଥାନେ (ମହାରାଷ୍ଟ୍ର) ଅଂଚଳର ବୋଲି ଜଣାପଡିଛି । ଏମାନେ ଦୁଇଜଣ ଆତଙ୍କି ଟ୍ରେନିଂ ପାଇଁ ପାକିସ୍ତାନ ଯିବାର ଥିଲା, ହେଲେ ଏହା ପୂର୍ବରୁ ଲାଲ୍‌କିଲ୍ଲା ନିକଟରୁ ସେମାନଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣ ନାମ ଖଲିଦ୍ ମୁବାରକ ଖାନ୍ ଏବଂ ଅବଦୁଲ୍ଲା ବୋଲି ପୋଲିସ କହିଛି ।

Leave A Reply

Your email address will not be published.