ls

ସ୍ଥାବର ଅସ୍ଥାବର ସମ୍ପତ୍ତିର ସାର୍ବଜନୀନ ଘୋଷଣା କର : ସିଏମ୍‌ ଯୋଗୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ

sb

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦ୍ୱିତୀୟ କାର୍ଯ୍ୟାକାଳର କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ, ଶପଥ ଗ୍ରହଣ କରିବା ପରେ ଆସନ୍ତା ତିନିମାସ ମଧ୍ୟରେ ସମସ୍ତ ମନ୍ତ୍ରୀ ନିଜ ତଥା ସେମାନଙ୍କ ପରିବାରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିଷୟରେ ସର୍ବସାଧାରଣରେ ଘୋଷଣା କରିବା ଉଚିତ୍ । ଏହି ସବିଶେଷ ତଥ୍ୟ ସାଧାରଣ ଜନତାଙ୍କ ପାଇଁ ଅନଲାଇନ୍ ପୋର୍ଟାଲରେ ଉପଲବ୍ଧ ହେବା ଉଚିତ ।

ଏହି ବୈଠକରେ ସିଏମ୍ କହିଛନ୍ତି ଯେ, ସମସ୍ତ ସରକାରୀ କର୍ମଚାରୀ (ଆଇଏଏସ୍‌, ପିସିଏସ୍‌) ନିଜ ତଥା ପରିବାର ସଦସ୍ୟଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିଷୟରେ ସର୍ବସାଧାରଣରେ ଘୋଷଣା କରିବା ଉଚିତ୍ । ସାଧାରଣ ଜନତାଙ୍କ ପାଇଁ ଏହି ବିବରଣୀ ଅନଲାଇନ୍ ପୋର୍ଟାଲରେ ଉପଲବ୍ଧ ହେବା ଉଚିତ୍ । ସମସ୍ତ ମନ୍ତ୍ରୀ ନିଶ୍ଚିତ କରନ୍ତୁ ଯେ, ସରକାରୀ କାର୍ଯ୍ୟରେ ସେମାନଙ୍କ ପରିବାର ସଦସ୍ୟଙ୍କ କୌଣସି ହସ୍ତକ୍ଷେପ ନହେବା ଉଚିତ୍ । ଆମ ଆଚରଣ ଦ୍ୱାରା ଆମକୁ ଏକ ଉଦାହରଣ ଦେବାକୁ ପଡିବ ।

pc pk
Leave A Reply

Your email address will not be published.