oum

ଗୋଆବାସୀଙ୍କ ପାଇଁ କେଜ୍ରିୱାଲ କଲେ ବଡ ଘୋଷଣା

jsm

ଗୋଆ : ଗୋଆବାସୀଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଉ ଏକ ବଡ ଘୋଷଣା କରିଛନ୍ତି । କ୍ଷମତାକୁ ଆସିବା ପରେ ଗୋଆବାସୀଙ୍କୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବା ସହ ବେକାରୀଙ୍କୁ ମାସକୁ ୩ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏନେଇ କେଜ୍ରିୱାଲ କହିଛନ୍ତି ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ସ୍ଥାନୀୟ ଲୋକଙ୍କୁ ଘରୋଇ ଚାକିରିରେ ୮୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ଗୋଆ ଅନ୍ତର୍ଭୁକ୍ତ । କେଜ୍ରିୱାଲ ଗୋଆକୁ ନେଇ ବହୁତ ଆଶାବାଦୀ ଅଛନ୍ତି । ସେଥିପାଇଁ ସେ ଗୋଆରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.