oom

ଉତ୍ତରପ୍ରଦେଶ ଠାରେ ଆସନ୍ତାକାଲି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୨ର ଲୋଗୋ, ମାସ୍କଟ, ଜର୍ସି ଏବଂ ସଂଗୀତ ଲଂଚ କରିବେ ଅନୁରାଗ ସିଂହ ଠାକୁର

jsmm
  • ରାଜ୍ୟର ରାଜଧାନୀ ଲକ୍ଷ୍ନୌ ବ୍ୟତୀତ ବାରଣାସୀ, ନୋଏଡା ଏବଂ ଗୋରଖପୁର ଠାରେ ଏହି ଖେଳ ଅନୁଷ୍ଠିତ ହେବ

ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମେ’ ୫ ତାରିଖରେ ଲକ୍ଷ୍ନୌର ଗୋମତି ନଗର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ (ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡା) ୨୦୨୨ (କେଆଇୟୁଜି ୨୦୨୧)ର ଲୋଗୋ, ଜର୍ସି, ମାସ୍କଟ ଏବଂ ସଂଗୀତ ଲଞ୍ଚ କରିବେ ।

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ତୃତୀୟ ସଂସ୍କରଣ ମେ ୨୩ ରେ ଆରମ୍ଭ ହୋଇ ଜୁନ୍ ୩ ପର୍ଯ୍ୟନ୍ତ ଚାଲିବ ; ଉଦଘାଟନୀ ସମାରୋହ ମେ ମାସ ୨୫ ତାରିଖରେ ଲକ୍ଷ୍ନୌର ବାବୁ ବନାରସୀ ଦାସ ବିଶ୍ୱ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଯୁବ ବ୍ୟାପାର ତଥା କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ, ଉତ୍ତର ପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

କେଆଇୟୁଜିର ଆଗାମୀ ସଂସ୍କରଣରେ ସାରା ଦେଶର ୨୦୦+ ବିଶ୍ୱ ବିଦ୍ୟାଳୟରୁ ୪୭୦୦ରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ଏବଂ ମୋଟ ଅଂଶଗ୍ରହଣ ୭୦୦୦ରୁ ଅଧିକ ହେବ । ଏହି ସଂସ୍କରଣରେ ୨୧ ପ୍ରକାରର ଖେଳ ଖେଳାଯିବ, ଯାହା ବିଶ୍ୱ ବିଦ୍ୟାଳୟ ଖେଳ ଇତିହାସରେ ସର୍ବାଧିକ । ରୋଇଂ ମଧ୍ୟ ପ୍ରଥମ ଥର ପାଇଁ ଏଥିରେ ସାମିଲ୍ କରାଯାଉଛି ।
ରାଜ୍ୟର ରାଜଧାନୀ ଲକ୍ଷ୍ନୌ ବ୍ୟତୀତ ବାରଣାସୀ, ନୋଏଡା ଏବଂ ଗୋରଖପୁର ଠାରେ ଖେଳ ଅନୁଷ୍ଠିତ ହେବ । ନୂଆଦିଲ୍ଲୀ ଠାରେ ଡକ୍ଟର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ଶୁଟିଂ ପ୍ରତିଯୋଗିତା ଆୟୋଜିତ ହେବ । ପ୍ରଥମ ଥର ପାଇଁ ରୋଇଂ ଭଳି ଜଳ କ୍ରୀଡା ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟସ୍ତରୀୟ କ୍ରୀଡାର ଏକ ଅଂଶ ବିଶେଷ ହେବ । କର୍ଣ୍ଣାଟକ ଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ପୂର୍ବ ସଂସ୍କରଣର ଦୁଇଟି ଖେଳ ଭାବରେ ଦୁଇଟି ସ୍ୱଦେଶୀ କ୍ରୀଡ଼ା ମାଲଖମ୍ବ ଏବଂ ଯୋଗାସନକୁ ଅନ୍ତର୍ଭୁକ୍ତ କରା ଯାଇଥିଲା ଏବଂ ସେଗୁଡିକ ଏହି ସଂସ୍କରଣର ମଧ୍ୟ ଅଂଶ ହେବ । ଖେଳର ସିଧା ପ୍ରସାରଣ ଡିଡି ସ୍ପୋର୍ଟସ୍ ଏବଂ ଓଟିଟି ପ୍ଲାଟଫର୍ମରେ ହେବ ।

jittmm
Leave A Reply

Your email address will not be published.