ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚମ୍ପାବତ ଜିଲ୍ଲାରୁ ପ୍ରାୟ ୬୫ କିଲୋମିଟର ଦୂର ଡାଣ୍ଡା ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ଏକ ଗର୍ତ୍ତ ଭିତରକୁ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ପରିବାର ବାହାଘର ଭୋଜିକୁ ଯୋଗ ଦେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।