ଛତିଶଗଡ଼ : ନାରାୟଣପୁରରେ ଏକ ସଡ଼କ ଦୁର୍ଘଟଣା ସୂଚନା ମିଳିଛି । ସୂଚନା ଅନୁସାରେ ଏକ ଯାତ୍ରୀ ବାହୀ ପିକ୍ଅପ୍ ଭ୍ୟାନ ଓଲଟି ୧୮ ଜଣ ଯାତ୍ରୀ ଆହତ ହୋଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୮ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ବିଏସ୍ଏଫ୍ ଯବାନ ପହଂଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଯାତ୍ରୀବାହୀ ପିକ୍ଅପ୍ ଭ୍ୟାନରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ଆହତ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ ।