ଭାରତରେ ପହଞ୍ଚିଲେ ୧୨ ଚିତା

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ଆଉ ୧୨ ଚିତା । ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନ ଯୋଗେ ୧୨ ଚିତାଙ୍କୁ ଆଫ୍ରିକାରୁ ଭାରତ ଅଣାଯାଇଛି । ପୂର୍ବାହ୍ନ ୧୦ଟା ସମୟରେ ମଧ୍ୟପ୍ରଦେଶର ଗ୍ବାଲିଅରରେ ବିମାନଟି ପହଞ୍ଚିଛି । ଏହି ଚିତା ୧୦ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବେ । ଏହାପରେ ତାଙ୍କୁ କୁନୋ ନ୍ୟାସନାଲ ପାର୍କରେ ଛଡାଯିବ । ଏହାକୁ ମିଶାଇ ଭାରତରେ ମୋଟ୍‌ ୨୦ଟି ଚିତା ହୋଇଯିବ । ତେବେ ଏହି ୧୨ ଚିତାଙ୍କ ମଧ୍ୟରେ ୭ଟି ପୁରୁଷ ଏବଂ ୫ ମାଈ ଅଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନିଜେ କୁନୋ ଜାତୀୟ ଉଦ୍ୟାନରେ ଥିବା ଏନକ୍ଲୋଜରରେ ସେମାନଙ୍କୁ ଛାଡିଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.