ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ନେଇ ଚେତାବନୀ ଦେଲେ : କହିଲେ – କୋଭିଡ ଏପର୍ଯ୍ୟନ୍ତ ଯାଇ ନାହିିଁ, ଏହା ରୂପ ବଦଳାଉଛି

ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ, କରୋନା ଭାଇରସ୍ ଯାଇନାହିଁ ଏବଂ ଏହା ବାରମ୍ବାର ସାମ୍ନାକୁ ଆସୁଛି । ଏହା ସହିତ ସେ କରୋନା ଭାଇରସ୍ ଗ୍ଲୋବାଲ୍ ପାଣ୍ଡେମିକ୍ ବିରୋଧରେ ସଜାଗ ରହିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ବହୁରୂପୀ କୋଭିଡ -୧୯ ପୁଣି କେବେ ସାମ୍ନାକୁ ଆସିବ, ତାହା କେହି ଜାଣନ୍ତି ନାହିଁ । ସେ କହିଛନ୍ତି ଯେ କୋଭିଡ -୧୯ର ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୧୮୫ କୋଟି ଖୋରାକ ଟିକା ଦେବା କାମ କେବଳ ଲୋକଙ୍କ ସହଯୋଗରେ ସମ୍ଭବ ହୋଇପାରିଛି ।

ଭିଡିଓ କନଫରେନ୍ସ ଜରିଆରେ ଗୁଜରାଟର ଜୁନାଗଡ ଜିଲ୍ଲାର ମା’ ଉମିୟା ଧାମର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦୀ ମା’ ଉମିୟାଙ୍କ ଭକ୍ତମାନଙ୍କୁ ରାସାୟନିକ ସାର ସଙ୍କଟରୁ ରକ୍ଷା କରିବା ପାଇଁ ପ୍ରାକୃତିକ ଚାଷ ପ୍ରଣାଳୀ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଭାଇରସ (ବିଶ୍ୱ ମହାମାରୀ) ଏକ ବଡ଼ ସଙ୍କଟ ଥିଲା ଏବଂ ଆମେ ଏହା କହୁନାହୁଁ ଯେ, ସଙ୍କଟ ସମାପ୍ତ ହୋଇଛି । ଏହା ହୁଏତ କିଛି ସମୟ ପାଇଁ ଅଟକି ଯାଇ ଥାଇପାରେ, କିନ୍ତୁ ଏହା ପୁଣି କେବେ ଆସିବ ଆମେ ଜାଣିନାହୁଁ । ଏହା ଏକ ‘ଛଦ୍ମବେଶୀ ରୋଗ । ଏହାକୁ ବନ୍ଦ କରିବା ପାଇଁ ଆମ ଦେଶରେ ପ୍ରାୟ ୧୮୫ କୋଟି ଡୋଜ ଦିଆଯାଇଥିଲା, ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା । କେବଳ ଆପଣଙ୍କ ସହଯୋଗରେ ଏହା ସମ୍ଭବ ହୋଇଛି ।

ସେ କହିଛନ୍ତି ଯେ, ମାତା ପୃଥିବୀକୁ ବଞ୍ଚାଇବାର ଆବଶ୍ୟକତା ଅଛି । ସେ କହିଛନ୍ତି, ଗୁଜରାଟର ପ୍ରତ୍ୟେକ ଗାଁର ଚାଷୀମାନେ ପ୍ରାକୃତିକ ଚାଷ ପାଇଁ ଆଗକୁ ଆସିବା ଉଚିତ୍ ।

Leave A Reply

Your email address will not be published.