ppurohit

୮୬ ଲକ୍ଷ ଗରିବ ବୃଦ୍ଧବୃଦ୍ଧା ଓ ନିରାଶ୍ରିତା ମହିଳାଙ୍କୁ ଜାନୁଆରୀ ୧ରୁ ଦୁଇଗୁଣ ଭତ୍ତା, ପାଇବେ ମାସକୁ ୧୦୦୦ ଟଙ୍କା

2nd

ଲକ୍ଷ୍‌ନୌ : ଉତ୍ତରପ୍ରଦେଶର ୮୬ ଲକ୍ଷ ଗରିବ ବୃଦ୍ଧା ଓ ନିରାଶ୍ରିତା ମହିଳା ଜାନୁଆରୀ ୧ରୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ । ଏଥି ସହିତ, ଡିସେମ୍ବର ୧ରୁ ୧୧ ଲକ୍ଷ ଭିନ୍ନକ୍ଷମ ଏହି ସୁବିଧା ପାଇପାରିବେ । ସମସ୍ତେ ପ୍ରତ୍ୟେକେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ । ବର୍ତ୍ତମାନ ଏହି ଭତ୍ତା ମାସକୁ ୫୦୦ ଟଙ୍କା ଥିଲା । ଏଥିପାଇଁ ଆଦେଶ ଦିଆଯାଇଛି । ସପ୍ଲିମେଣ୍ଟାରୀ ବଜେଟରେ ଭତ୍ତା ରାଶି ବୃଦ୍ଧି କରିବାକୁ ଘୋଷଣା କରାଯାଇଥିଲା ।

ସାମାଜିକ କଲ୍ୟାଣ ବିଭାଗର ଆଦେଶରେ କୁହାଯାଇଛି ଯେ, କୋଭିଡ ମହାମାରୀ ସମୟରେ ମହଗା ଓ ମୁଦ୍ରାସ୍ଫୀତି ସ୍‌ସ୍ଥିତି ସହ ଜଡିତ ସମସ୍ୟାକୁ ଦୃଷ୍ଟିରେ ରଖି ବୃଦ୍ଧାବୃଦ୍ଧ ଭତ୍ତା ରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ୫୬ ଲକ୍ଷ ବୟସ୍କ ବ୍ୟକ୍ତି ଏହାର ଲାଭ ପାଇଛନ୍ତି । ଏଥି ସହିତ, ମହିଳା କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଅନୀତା ସି ମେଶ୍ରାମଙ୍କ ଦ୍‌ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ୨୦ ଲକ୍ଷ ଗରିବ ମହିଳାଙ୍କୁ ଭତ୍ତା ରାଶି ବୃଦ୍ଧି ଦେବା ପାଇଁ ଅତିରିକ୍ତ ୪୨୫.୨୫ କୋଟି ଟଙ୍କା ଆବଶ୍ୟକ ହେବ ।

Leave A Reply

Your email address will not be published.