କ୍ୱିବ୍ : ଜବର୍ଦସ୍ତ ଗୁଳି ଓ ବୋମା ବର୍ଷଣ ଜାରି ରହିଥିବା ୟୁକ୍ରେନ୍ ମାଟି କୁରୁକ୍ଷେତ୍ର ପାଲଟିଛି । ରୁଷ୍ର ଘନଘୋର ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ୍ ବି ମୁହୁଁତୋଡ଼୍ ଜବାବ୍ ଦେଉଥିବା ୟୁକ୍ରେନ୍ ଦାବୀ କରୁଛି । ୟୁକ୍ରେନ୍ରେ ବିଧ୍ୱଂସର ତାଣ୍ଡବଲୀଳାରେ ସାରା ବିଶ୍ୱରେ ଆତଙ୍କ । ଯୁଦ୍ଧ ପାଇଁ ସେଆର୍ ମାର୍କେଟ୍ରେ ପ୍ରଚଣ୍ଡ ଆଘାତ ହୋଇଥିବା ବେଳେ ସୁନା ଦର ବଢ଼ିଯାଇଛି । ଅନ୍ୟପଟେ ସାରା ୟୁକ୍ରେନ୍ର ବଡ଼ ବଡ଼ ସହରକୁ ଟାର୍ଗେଟ କରି ସାରିଛି ରୁଷ୍ । ରକେଟ୍ ମାଡ଼ ସହ ଅସମ୍ଭାଳ ଗୁଳି ଓ ବୋମା ମାଡ଼ରେ କଂପୁଛି ଏବେ ୟୁକ୍ରେନ୍ । ସେପଟେ ଆମେରିକା ଓ ବ୍ରିଟେନ୍ ଏଭଳି ଆକ୍ରମଣ ରୁଷ୍ ପାଇଁ ମହଙ୍ଗା ପଡ଼ିବ ବୋଲି ଖୋଲମ୍ଖୋଲା ଘୋଷଣା କରି ସାରିଲେଣି । ୟୁକ୍ରେନ୍ରେ ୧୭ରୁ ବିମାନ ବନ୍ଦରକୁ ଧ୍ୱଂସ କରିବା ସହ ୭୦ ମିଲିଟାରୀ ଆଡ୍ଡ଼ା ସହ ଅନେକ କିଛି ଧ୍ୱଂସ କରି ସାରିଥିବା ଦାବୀ କରୁଛି ରୁଷ୍ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ବିଧ୍ୱଂସ ହୋଇଛି, ଆଉ କିଛି ଘଂଟା ଭିତରେ ତାହାଠାରୁ ଆହୁରି ଅନେକ ଗୁଣ ଅଧିକ ବିଧ୍ୱଂସ ହୋଇପାରେ ବୋଲି କୁହାଯାଉଛି । ନାଟୋ ରୁଷ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ଆମେରିକାର ମିଲିଟାରୀ ସହଯୋଗ ୟୁକ୍ରେନ୍କୁ ଯଥାଶୀଘ୍ର ପ୍ରାପ୍ତ ହେବ ବୋଲି ଜଣାପଡ଼ିଛି ।