୧୫ ଦିନରେ ବରକୁ ପରିବର୍ତ୍ତନ କରୁଥିବା ନବବଧୂ, ରାଜସ୍ଥାନ-ମଧ୍ୟପ୍ରଦେଶର ୭ ପୁଅଙ୍କୁ କରି ସାରିଛନ୍ତି ବିବାହ

ଜବଲପୁର : ୨୮ ବର୍ଷ ବୟସ୍କା ଉର୍ମିଲା ଅହିରୱାର । ଏ ହେଉଛନ୍ତି ସେଇ ନବବଧୂ, ଯିଏ ୧୫ ଦିନରେ ବର ପରିବର୍ତ୍ତନ କରନ୍ତି । ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସାତ ଜଣ ଯୁବକଙ୍କୁ ସେ ବିବାହ କରିଥିବା ଆଲୋଚନା ହେଉଛି । ବାସ୍ତବରେ, ଉର୍ମିଲା ଜଣେ ଲୁଟେରା ନବବଧୂ, ଯିଏ ତାଙ୍କ ଗ୍ୟାଙ୍ଗ ସହିତ ନକଲି ବିବାହ ଘଟଣା ଘଟାଇଥାଆନ୍ତି । ପୋଲିସ ହାତରେ ଧରାପଡ଼ିବା ପରେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଲୁଟେରା ନବବଧୂ ଉର୍ମିଲା ମୂଳତଃ ମଧ୍ୟପ୍ରଦେଶର ଜବଲପୁରର ଧାନ୍ୱନ୍ତରୀ ନଗର ସାଇ କଲୋନୀର । ଆଠ ବର୍ଷ ପୂର୍ବରୁ ଉର୍ମିଲା ଅଜୟ ଅହିରୱାରଙ୍କୁ ବିବାହ କରିଥିଲେ । ବିବାହ ପରେ ଅଜୟଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ସ୍ୱାମୀ ଅଜୟଙ୍କ ମୃତ୍ୟୁ ପରେ ଉର୍ମିଲା ତାଙ୍କ ମାଆ ଘରେ ରହିଲେ । ଉର୍ମିଲା ସିଲେଇ କରି ନିଜର ଖର୍ଚ୍ଚ ତୁଳାଇବା ଆରମ୍ଭ କଲେ । ତାଙ୍କ ମାଆ ଘରେ ରହିବା ସମୟରେ ଉର୍ମିଲା ରାଜସ୍ଥାନର ଶ୍ରୀଗଙ୍ଗାନଗର ନିବାସୀ ଭାଗଚାନ୍ଦ କୋରିଙ୍କ ସହ ଭେଟ ହୋଇଥିଲା । ଦୁହେଁ ଦୁହିିଁଙ୍କ ପ୍ରେମରେ ପଡ଼ିଗଲେ । ୟା ପରେ ପରେ ଗୋଟାଏ ପରେ ଗୋଟାଏ ସମୁଦାୟ ସାତ ଜଣଙ୍କୁ ବିବାହ କରିଛନ୍ତି ଏହି ଯୁବତୀ ଜଣକ ଓ ନିଜ ଗ୍ୟାଙ୍ଗ ସହ ଲୁଟ୍‌ କରିଥିବା ମଧ୍ୟ ସାମ୍‌ନାକୁ ଆସିଛି ।

Leave A Reply

Your email address will not be published.