jayashree

ଯେଉଁମାନେ ଟୀକା ନେଇନାହାନ୍ତି, ସେମାନଙ୍କୁ ଡିସେମ୍ବର ୧୨ରୁ ବଜାରରେ ବୁଲାବୁଲି ମନା

ମଦୁରାଇ : ଦେଶରେ ଏକ ନୂତନ କରୋନା ଭାରିଆଣ୍ଟ ଓମିକ୍ରନ୍‌ ପରିସ୍ଥିତି ସୃଷ୍ଟି ହେବା ପରେ ତାମିଲନାଡୁର ମଦୁରାଇ ଜିଲ୍ଲାରେ ଡିସେମ୍ବର ୧୨ରୁ ଟୀକା ନେଇନଥିବା ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଜିଲ୍ଲା କଲେକ୍ଟର ଅନିଷ ଶେଖର କହିଛନ୍ତି ଯେ, କରୋନାର ନୂତନ ପ୍ରକାର ଓମିକ୍ରନ୍‌ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଲୋକଙ୍କୁ ଟୀକାକରଣର ଅତି ମ୍‌ରେ ଗୋଟିଏ ଡୋଜ୍‌ ନେବାକୁ ଏକ ସପ୍ତାହ ସମୟ ଦିଆଯାଉଛି । ମଦୁରାଇରେ ପ୍ରାୟ ତିନି ଲକ୍ଷ ଲୋକଙ୍କୁ ଗୋଟିଏ ଡୋଜ୍‌ ବି ଟୀକାକରଣ କରାଯାଇ ନାହିଁ ବୋଲି ସେ କହିଛନ୍ତି । ଏପରି ପରିସ୍ଥିତିରେ, ସର୍ବସାଧାରଣ ସ୍ଥାନକୁ ଆସୁଥିବା ଲୋକଙ୍କୁ ଅତି କମ୍‌ରେ ପ୍ରଥମ ଡୋଜ୍‌ ଟୀକାକରଣ କରାଯିବା ଉଚିତ୍‌ ।

Leave A Reply

Your email address will not be published.