ଲଣ୍ଡନ : ବ୍ରିଟେନରେ ଜଣେ ମହିଳା ଏଭଳି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହାକୁ ଜନ୍ମ ଦେବା ପରେ ଦେଖି ଜନ୍ମଦାତ୍ରୀ ମା’ ନିଜେ ଚମକି ପଡ଼ିଲେ । ବାସ୍ତବରେ ଏହି ସନ୍ତାନଟି ଜନ୍ମ ହେବା ସମୟରେ ଏତିକି ଓଜନ ଥିଲା ଯେ, ଓଜନ ମାପିବାକୁ ତରାଜୁ ବି ଛୋଟ ପଡ଼ିଥିଲା । ଏପରିକି ଏହି ନବଜାତକକୁ ପ୍ରସବ କରାଇବାରେ ମଧ୍ୟ କୁଆଡେ଼ ଡାକ୍ତରଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା ।
ସୂଚନା ଅନୁସାରେ ୨୭ ବର୍ଷୀୟ ଏମି ସ୍ମିଥ୍ ଏବଂ ତାଙ୍କ ପତି ଜୈକ ବକିଂଧମଶାୟର ପୁତ୍ର ସନ୍ତାନର ଜନ୍ମ ପରେ ଚକିତ ହୋଇଯାଇଥିଲେ । ଗତ ମାର୍ଚ୍ଚ ୨୫ ତାରିଖ ଦିନ ଏହି ପୁତ୍ର ସନ୍ତାନର ଜନ୍ମ ହୋଇଥିବା ବେଳେ ଜନ୍ମ ବେଳକୁ ତାର ଓଜନ ସାଢେ଼ ୫ କିଲୋରୁ ଅଧିକ ରହିଥିଲା, ଯଦିବି ନବଜାତ ସନ୍ତାନ ମାନଙ୍କର ଓଜନ ସ୍ୱଭାବିକ ଭାବରେ ୨ରୁ ୩ କିଲୋ ମଧ୍ୟରେ ରହିଥାଏ ବୋଲି କୁହାଯାଇଛି ।