
ଇନ୍ଦୋର : ଇନ୍ଦୋରରେ ପ୍ରେମିକ-ପ୍ରେମିକା ଶେଷରେ ମୃତ୍ୟୁକୁ ଆପଣେଇ ନେଲେ। ନାନା ବିବାଦ ମଧ୍ୟରେ ପ୍ରେମିକା ଜଣକ ନିଜକୁ ଟାଙ୍ଗି ଆତ୍ମହତ୍ୟା କରିଥିବା ବେଳେ ପରଦିନ ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ପ୍ରେମିକ ମଧ୍ୟ ଟ୍ରେନ ଆଗରେ ଡେଇଁ ପଡି ଆତ୍ମହତ୍ୟା କରିଥିଲେ । ତେବେ ପୋଲିସ ଏକ ମାମଲା ରୁଜୁ କରି ପୁଅର ମୃତଦେହ ସମ୍ପର୍କୀୟଙ୍କୁ ଦେଇଥିବା ଜଣାପଡ଼ିଛି ।
ସୂଚନାନୁସାରେ, ମଧ୍ୟପ୍ରଦେଶର ଇନ୍ଦୋରର ହୀରାନଗର ପୋଲିସ ଶୁକ୍ରବାର ଦିନ ରେଲୱେ ଟ୍ରାକରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇ ମୃତଦେହ ଉଦ୍ଧାର କରିଥିଲା । ଅନୁସନ୍ଧାନ ପରେ ଜଣାପଡିଛି ଯେ, ମୃତ ଦେବେନ୍ଦ୍ର (୨୫) ହେଉଛନ୍ତି ମାରୁତି ନାଗରର ବାସିନ୍ଦା ପିତା ନରେନ୍ଦ୍ର କ୍ଷୀରସାଗରଙ୍କ ପୁଅ । ସେ ଏକ ଘରୋଇ କମ୍ପାନୀରେ ମାର୍କେଟିଂ କାମ କରୁଥିଲେ । ପୋଲିସ କହିଛି ଯେ, ଦେବେନ୍ଦ୍ରଙ୍କ କାଜଲ କୋଟୱାଲଙ୍କ ସହ ପ୍ରେମ ସମ୍ପର୍କ ଥିଲା । ପ୍ରେମିକା କାଜଲ ରବିଦାସ ନଗରର ବାସିନ୍ଦା ଥିଲେ ।