
ନୂଆଦିଲ୍ଲୀ : ୨୦୨୩ ଜାନୁଆରୀ ୨୬ରୁ ଓଡ଼ିଶାରେ ଆରମ୍ଭ ହେବ ‘ହାତ ସେ ହାତ ଯୋଡ଼ୋ’ ଯାତ୍ରା । ୨ ମାସ ଧରି ଏହା ଚାଲିବ । ଏହି କାର୍ୟ୍ୟକ୍ରମକୁ ସମସ୍ତ ନେତା ଅଧିକ ଗୁରୁତ୍ୱ ଦେବାକୁ ପ୍ରଭାରୀ କହିଛନ୍ତି । ଏ ନେଇ ଆଗାମୀ ଦିନରେ ଦଳୀୟ ନେତାମାନଙ୍କୁ ଗାଁକୁ ଯିବାକୁ ପଡିବ, ପ୍ରତି ବୁଥ୍ସ୍ତରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ । ସବୁ ବୁଥ୍ରୁ ୧୦ଜଣ ପ୍ରତିନିଧି ବାହାର କରିବାକୁ ଚେଲ୍ଲାକୁମାର ଆହ୍ୱାନ ଦେଇଛନ୍ତି । ବୈଠକରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ରାଜନ ଏକା, ଅଧିରାଜ ମୋହନ ପାଣିଗ୍ରାହୀ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ସଭାପତି ଏବଂ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ ।