ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ବିବାହିତ ବ୍ୟକ୍ତି ତାଙ୍କ ୨୪ ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡକୁ ଅପହରଣ କରି ହତ୍ୟା କରିଥିବା ଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଜାନସାଠ ପୋଲିସ ଷ୍ଟେସନ ଅଞ୍ଚଳର କାୱାଲ ଗ୍ରାମରେ ଘଟିଛି । ପୋଲିସ କହିଛି ଯେ, ରବିବାର ଦିନ ତୈମୁର ନାମକ ଜଣେ ଯୁବକ ତା’ ଗାର୍ଲଫ୍ରେଣ୍ଡ ତବସୁମଙ୍କୁ ହତ୍ୟା କରିଛି । ପୋଲିସର ସୂଚନାନୁସାରେ, ଯୁବତୀଟି ନିଖୋଜ ହେବା ପରେ ତାଙ୍କ ପିତା ଏଫ୍ଆଇଆର୍ ଦାଖଲ କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ତୈମୁରକୁ ଗିରଫ କରିଥିଲା ।
ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଡି.କେ ତ୍ୟାଗୀ କହିଛନ୍ତି ଯେ, ତବସୁମ୍ ତୈମୁରଙ୍କୁ ବିବାହ ପାଇଁ ଚାପ ପକାଉଥିଲେ, ଯଦିଓ ତୈମୁର ବିବାହିତ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ଏଥିରେ ବିରକ୍ତ ହୋଇ ତୈମୁର ତାବସମଙ୍କୁ ଅପହରଣ କରି ହତ୍ୟା କରିଛି । ପରେ ସେ ନିଜ ଅପରାଧ ଲୁଚାଇବା ପାଇଁ ତବସୁମଙ୍କ ମୃତଦେହକୁ କେନାଲରେ ଫିଙ୍ଗିଥିବା କୁହାଯାଇଛି ।