“ମେରୀ ମାଟି ମେରା ଦେଶ” ଅଭିଯାନର ପ୍ରଥମ ପର୍ଯ୍ୟାୟରେ ବିପୁଳ ଜନସାଧାରଣଙ୍କ ଅଂଶଗ୍ରହଣ

  • ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମୀ ତଥା ସୁରକ୍ଷା କର୍ମୀଙ୍କୁ ସମର୍ପିତ ୨.୩୩ ଲକ୍ଷରୁ ଅଧିକ ଶିଳାଫଳକମ ନିର୍ମିତ
    ପ୍ରାୟ ୪ କୋଟି ପଞ୍ଚ ପ୍ରଣ ସଂକଳ୍ପ; ୨ ଲକ୍ଷରୁ ଊର୍ଦ୍ଧ୍ଵ ସାହସୀଙ୍କୁ ସମ୍ମାନ କାର୍ଯ୍ୟକ୍ରମ; ୨.୬୩ ଲକ୍ଷ ଅମୃତ ଭାଟିକା ସୃଷ୍ଟି
  • ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚିବା ଲକ୍ଷ୍ୟ

ଦିଲ୍ଲୀ, (ପିଆଇବି) : “ମେରୀ ମାଟି ମେରା ଦେଶ” ନାମକ ଏକ ଦେଶବ୍ୟାପୀ ଅଭିଯାନ ୯ ଅଗଷ୍ଟ ୨୦୨୩ ରେ ଆରମ୍ଭ ହୋଇଥିଲା ଯେଉଁଥିରେ ଦେଶ ପାଇଁ ଜୀବନ ଦେଇଥିବା ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅଭିଯାନ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଉଦଯାପନୀ କାର୍ଯ୍ୟକ୍ରମ, ଯାହା ୧୨ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହୋଇଥିଲା ଏବଂ ସାରା ଭାରତରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜନସାଧାରଣଙ୍କ ଅଂଶଗ୍ରହଣ (ଜନ ଭାଗିଦାରୀ)ର ସାକ୍ଷୀ ରହିଥିଲା ।

ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମୀ ତଥା ସୁରକ୍ଷା ବାହିନୀ ପାଇଁ ଉତ୍ସର୍ଗୀକୃତ ଶିଳାଫଳକମ ପ୍ରତିଷ୍ଠା ସହିତ ପଞ୍ଚ ପ୍ରଣ ଶପଥ ପାଠ, ବସୁଧା ବନ୍ଦନ, ବୀର ମାନଙ୍କର ବନ୍ଦନ ଅର୍ଥାତ ଆମର ବୀରମାନଙ୍କର ସାହସିକତା ଓ ବଳିଦାନକୁ ସମ୍ମାନ ଭଳି କାର୍ୟ୍ୟକ୍ରମ ରହିଛି ।
ମେରୀ ମାଟି ମେରା ଦେଶ ଅଭିଯାନର ପ୍ରଥମ ପର୍ୟ୍ୟାୟ ବ୍ୟାପକ ବିସ୍ତାର ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଏକ ଅଭୂତପୂର୍ବ ସଫଳତା ବୋଲି ପ୍ରମାଣିତ ହୋଇଛି । ଆଜି ପର୍ୟ୍ୟନ୍ତ ୩୬ ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ୨.୩୩ ଲକ୍ଷରୁ ଅଧିକ ଶିଳାଫଳକମ ନିର୍ମାଣ କରାଯାଇଛି । ଆଜି ପର୍ୟ୍ୟନ୍ତ ପ୍ରାୟ ୪ କୋଟି ପଞ୍ଚ ପ୍ରଣ ଶପଥ ପାଠ ସେଲଫି ୱେବସାଇଟରେ ଅପଲୋଡ୍ ହୋଇଛି । ସାରା ଦେଶରେ ୨ ଲକ୍ଷରୁ ଊର୍ଦ୍ଧ୍ଵ ବୀରଙ୍କୁ ସମ୍ମାନ କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ବସୁଧା ବନ୍ଦନ ଥିମ୍ ଅନ୍ତର୍ଗତ ୨.୩୬ କୋଟିରୁ ଅଧିକ ସ୍ୱଦେଶୀ ଚାରା ରୋପଣ କରାଯାଇଛି ଏବଂ ୨.୬୩ ଲକ୍ଷ ଅମୃତ ଭାଟିକା ସୃଷ୍ଟି କରାଯାଇଛି ।
ବର୍ତ୍ତମାନ ଏହି ଅଭିଯାନ ସାରା ଦେଶରେ ଅମୃତ କଳଶ ଯାତ୍ରା ସହିତ ଦ୍ୱିତୀୟ ପର୍ୟ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ସାରା ଭାରତରେ ହେବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଘରକୁ ସାମିଲ୍ କରିବା । ଗ୍ରାମାଞ୍ଚଳର ୬ ଲକ୍ଷରୁ ଅଧିକ ଗାଁରୁ ଏବଂ ଭାରତର ସହରାଞ୍ଚଳର ୱାର୍ଡରୁ ମାଟି ଏବଂ ଚାଉଳ ଶସ୍ୟ ସଂଗ୍ରହ କରାଯାଉଛି । ଗ୍ରାମାଞ୍ଚଳରେ ଏହା ବ୍ଲକ ସ୍ତରରେ ମିଳିତ ହୋଇ ବ୍ଲକ ସ୍ତରୀୟ କଳଶ ସୃଷ୍ଟି କରିବ । ରାଜ୍ୟ ରାଜଧାନୀରୁ ଏହାକୁ ଆନୁଷ୍ଠାନିକ ଭାବରେ ପଠାଇବା ପରେ ଏହି କଲଶ ଜାତୀୟ କାର୍ୟ୍ୟକ୍ରମ ପାଇଁ ଦିଲ୍ଲୀ ଆସିବ । ସହରାଞ୍ଚଳରେ ମାଟି ୱାର୍ଡରୁ ସଂଗୃହିତ ହୋଇ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ମିଶ୍ରଣ ଏବଂ ପରିବହନ ପାଇଁ ଏହାକୁ ବୃହତ ସହରାଞ୍ଚଳକୁ ଅଣାଯାଉଛି । ଅନ୍ତିମ କାର୍ୟ୍ୟକ୍ରମ ପାଇଁ ଅକ୍ଟୋବର ଶେଷ ସୁଦ୍ଧା ୮୫୦୦ ରୁ ଅଧିକ କଲଶ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଭାରତର କୋଣ ଅନୁକୋଣରୁ ସଂଗୃହିତ ମାଟି ଅମୃତ ଭାଟିକା ଏବଂ ଅମୃତ ମେମୋରିଆଲରେ ରଖାଯିବ ଏବଂ ଆଜାଦି କା ଅମୃତ ମହୋତ୍ସବଙ୍କୁ ସ୍ମରଣ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ ।

Leave A Reply

Your email address will not be published.