lika

ମୋଦୀ ସରକାର ଖୁବ୍ କମ୍ ସମୟ ମଧ୍ୟରେ କରୋନାର ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିଛନ୍ତି : ଅମିତ ଶାହା

gbag

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଗୁଜୁରାଟରେ ବଲ୍ଲଭ ୟୁଥ୍‌ ଅର୍ଗାନାଇଜେସନ୍‌ ଦ୍ୱାରା ସ୍ଥାପିତ ୯ଟି ଅମ୍ଳଜାନ କାରଖାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ଅମିତ ଶାହା କହିଛନ୍ତି ଯେ, କରୋନାର ଦ୍ୱିତୀୟ ତରଙ୍ଗରେ ଏହି ଭୂତାଣୁ ଏହାର ରୂପ ପରିବର୍ତ୍ତନ କରିବାରେ ଲାଗିଲା ଏବଂ ଏହା ମାନବ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଲା । ସେ କହିଛନ୍ତି ଯେ, ଖୁବ୍ କମ୍ ସମୟ ମଧ୍ୟରେ ମୋଦୀ ସରକାର ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ, ଯଦି ଆମେ ଏହାକୁ ବିଶ୍ଳେଷଣ କରୁ, ତେବେ ବିଶ୍ୱର ବିକଶିତ ଦେଶମାନଙ୍କରେ ମଧ୍ୟ ଏହି ବ୍ୟବସ୍ଥା ଭୁଷୁଡି ପଡିଥିବା ଦେଖାଯାଉଥିଲା, କିନ୍ତୁ ଭାରତ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହା ବିରୋଧରେ ଲଢେ଼ଇ କରାଯାଇଥିଲା ଓ ବେଶ୍‌ ସଫଳତା ମିଳିଥିଲା ।

babaa
Leave A Reply

Your email address will not be published.