ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସସୀମା ୨୩ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅଗ୍ନିପଥ ଯୋଜନା ଅଧୀନରେ ସେନାବାହିନୀରେ ଯୁବକମାନଙ୍କ ନିଯୁକ୍ତି ନିମନ୍ତେ ନୂଆ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୭ ବର୍ଷ ୬ ମାସରୁ ୨୧ ବର୍ଷ ମଧ୍ୟରେ ନିର୍ଦ୍ଧାରଣ କରାଯାଇଥିଲା । ତେବେ ବିଗତ ଦୁଇ ବର୍ଷ ହେବ ସେନାବାହିନୀରେ ନିଯୁକ୍ତି ପ୍ରକ୍ରିୟା କାର୍ୟ୍ୟକାରୀ କରିବା ସମ୍ଭବପର ହୋଇପାରି ନଥିବାରୁ ସରକାର ଗୋଟିଏ ବର୍ଷ ପାଇଁ ବୟସସୀମା କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ, ଅଗ୍ନିପଥ ଯୋଜନାରେ ୨୦୨୨ ବର୍ଷ ପାଇଁ ପ୍ରସ୍ତାବିତ ଅଗ୍ନିବୀରଙ୍କ ନିଯୁକ୍ତି ନିମନ୍ତେ ବୟସସୀମା ୨୩ ବର୍ଷକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.