ls

ମୁଜାଫରପୁରର ମାନିଆରି ପୋଲିସ ଷ୍ଟେସନରେ ଅଗ୍ନିକା‌ଣ୍ଡ : ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭାଇବା ଆରମ୍ଭ

sb

ମୁଜାଫରପୁର : ବିହାରର ମୁଜାଫରପୁରର ମାନିଆରି ପୋଲିସ ଷ୍ଟେସନରେ ନିଆଁ ଲାଗିଥିବାର ଖବର ଆସିଛି । ପ୍ରାଥମିକ ସୂଚନା ଅନୁଯାୟୀ, ମଣିଆରି ପୋଲିସ ଷ୍ଟେସନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ନିଆଁ ଲିଭାଉଛନ୍ତି। ସବ୍-ଇନ୍ସପେକ୍ଟର ସୁଜିତ କୁମାର ମିଶ୍ର କହିଛନ୍ତି, ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ, ନିଆଁ ଲିଭିବା ପରେ ଜଣାପଡ଼ିବ ବୋଲି କୁହାଯାଇଛି । ଅଗ୍ନି ନିର୍ବାପକ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି ।

pc pk
Leave A Reply

Your email address will not be published.