ରାଷ୍ଟ୍ରପତି ଡା.ଏପିଜେ ଅବଦୁଲ କଲାମଙ୍କ ଅବଦାନ ଅତୁଳନୀୟ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଡା.ଏପିଜେ ଅବଦୁଲ କଲାମ ‘ଦ ପିପୁଲ୍ସ ପ୍ରେସିଡେ଼ଣ୍ଟ’ ଭାବରେ ଜଣେ ଅତ୍ୟନ୍ତି ସ୍ୱାଭିମାନୀ ଓ ସମ୍ମାନିତ ବ୍ୟକ୍ତି ଥିଲେ । ସେ ଏଭଳି ଜଣେ ବୈଜ୍ଞାନିକ ଥିଲେ, ଯିଏ ଭାରତର ମିସାଇଲ୍‌ ଶସ୍ତ୍ରାଗାରରେ ନୂତନ ଅସ୍ତ୍ର ସାମିଲ୍‌ କରିଥିଲେ । ଜଣେ ସଫଳ ବୈଜ୍ଞାନିକ ତଥା ପରେ ରାଷ୍ଟ୍ରପତି ଭାବରେ ଭାରତରେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଅବଦାନ ଅତୁଳନୀୟ । କଲାମ ୨୫ ଜୁଲାଇ ୨୦୦୨ରୁ ୨୫ ଜୁଲାଇ ୨୦୦୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ । ଭାରତର ଆଣବିକ ଏବଂ କ୍ଷେପଣାସ୍ତ୍ର ଜଗତରେ ତାଙ୍କର ଅବଦାନ ପାଇଁ ରାଷ୍ଟ୍ରପତି କଲାମଙ୍କୁ ୧୯୯୮ ରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଭାରତର ସେବା ବ୍ୟତୀତ ସେ ନିଜ ପାଇଁ କିଛି ବି ଚାହୁଁନଥିଲେ । ୨୫୦୦ ବହି, ଗୋଟିଏ ହାତ ଘଣ୍ଟା, ଛଅଟି ସାର୍ଟ, ଚାରୋଟି ପ୍ୟାଣ୍ଟ, ତିନୋଟି ସୁଟ୍ ଏବଂ ହଳେ ଜୋତା ହିିଁ ଡକ୍ଟର କଲାମଙ୍କ ସର୍ବମୋଟ୍‌ ସମ୍ପତ୍ତି ଥିଲା । ତାଙ୍କ ଭଳି ଜଣେ ମହାପୁରୁଷଙ୍କୁ ଭାରତ ମାଟି ସବୁବେଳେ ସଲାମ୍‌ କରେ ।

Leave A Reply

Your email address will not be published.