oum

୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ : ଜାଣନ୍ତୁ, କେଉଁ ଦେଶ ଦାବୀ କରୁଛି

jsm

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଖୁବ୍‌ ତୀବ୍ରବେଗରେ ବଢ଼ୁଛି । ଏଭଳି ସମୟରେ ଚୀନ୍‌ର ଏକ ଔଷଧ କଂପାନୀ ଦାବୀ କରିଛି ଯେ, ୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ । ଆମେରିକା ସହିତ ବିଶ୍ୱର ସମସ୍ତ ଦେଶରେ ଏହି ଭ୍ୟାକ୍‌ସିନ୍‌ ବିତରଣ ପାଇଁ ପ୍ରସ୍ତୁତ ହୋଇଯିବ । ସିନୋଭାକ୍‌.ର ସିଇଓ, ୟିନ୍‌ ବେଇଦାଙ୍ଗ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ କରୋନା ଭ୍ୟାକ୍‌ସିନ୍‌ ବିକିବା ପାଇଁ ଆମେରିକାର ଖାଦ୍ୟ ଓ ଔଷଧୀ ବିଭାଗକୁ ଆବେଦନ କରିଛନ୍ତି । ଭ୍ୟାକ୍‌ସିନ୍‌ର ମାନବ ଶରୀରରେ ପରୀକ୍ଷଣର ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ଜାରି ରହିଛି । ୟିନ୍‌ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବେ ନିଜେ ପ୍ରୟୋଗିକ ଟୀକା ନେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଥମତଃ ଚୀନ ଏବଂ ଉହାନ୍‌ ସହର ପାଇଁ ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ନିମନ୍ତେ ଆମର ରଣନୀତି ଥିଲା । ଏହାପରେ ଜୁନ୍‌ ଏବଂ ଜୁଲାଇରେ ଆମେ ଆମର ରଣନୀତିକୁ ସଂପ୍ରସାରଣ କରିଛୁ । ଏହାଦ୍ୱାରା ସାରା ବିଶ୍ୱରେ କରୋନା ସହ ସଂଘର୍ଷ କରୁଥିବା ଲୋକେ ଉପକୃତ ହୋଇପାରିବେ ।

Leave A Reply

Your email address will not be published.