oum

ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ । ଜଣାପଡ଼ିଲା ହତ୍ୟକାରୀ କିଏ । ଶାନ୍ତିରେ ନିଃଶ୍ୱାସ ମାରିଲେ ଜନତା ଓ ପୋଲିସ ।
ଶନିବାର ଲୁତୁରପଙ୍କ ନିକଟରେ ଧାନବିଲ କଡ଼ରୁ ମିଳିଥିଲା ଏକ ହାତ, ଗୋଡ ଓ ମୁଣ୍ଡ ବିହୀନ ମୃତଦେହ । ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ସୁବଳୟା ପୋଲିସ । ମୃତଦେହ କାହାର ଓ କେମିତି ଘଟିଥିଲା ହତ୍ୟାକାଣ୍ଡ ? ହତ୍ୟାକରୀ କିଏ ? ଏପରି ପ୍ରଶ୍ନରେ ଖାଲି ପୋଲିସ ନୁହେଁ, ସାଧାରଣ ଲୋକେ ବି ଚିନ୍ତାରେ ଥିଲେ ।
ବହୁ ଅନୁସନ୍ଧନ ପରେ ଶେଷରେ ମୃତକଙ୍କ ପରିଚୟ ଜାଣିବାରେ ପୋଲିସ ସଫଳ ହୋଇଥିଲା । ମୃତକଙ୍କ ପରିଚୟ ମାନଭଂଜନ ବିଶ୍ୱାଳ, ଘର ଖଇରମାଳ ଗାଁ । ହତ୍ୟାକାଣ୍ଡ ନେଇ ପୋଲିସ ଅନେକ ଲୋକଙ୍କୁ ପଚରାଉଚରା କରିଥିଲେ ଓ ଶେଷରେ କଣ୍ଟା ଅଟକିଥିଲା ଗୁପ୍ତେଶ୍ୱର ଠାରେ । ଗୁପ୍ତେଶ୍ୱରକୁ ଅଟକ ରଖି ଜେରା କରିବା ପରେ ଅଭିଯୁକ୍ତ ସ୍ୱୀକାର କରିଥିଲା ଅପରାଧ ଓ ବର୍ଣ୍ଣିନା କରିଥିଲା ସମସ୍ତ ଘଟଣା ।
ପୋଲିସ ରିପୋର୍ଟ ଅନୁଯାୟୀ ପରକୀୟା ପ୍ରୀତି ହିଁ ଥିଲା ଏ ଜଘନ୍ୟ ହତ୍ୟାକାଣ୍ଡର ମୂଳ କାରଣ । ଶୁକ୍ରବାର ଅଭିଯୁକ୍ତ ଗୁପ୍ତେଶ୍ୱର ବାଙ୍କା ସହ ମାନଭଂଜନ ବୁଲି ବାହାରିଥିଲେ । ଦିନସାରା ବୁଲାବୁଲି କରି ରାତିରେ ଲୁତୁରପଙ୍କ ପହଂଚିଥିଲେ । କେହି ନଥିବାର ଦେଖି ଏକ ନିର୍ଜନ ସ୍ଥାନରେ ମାନଭଂଜନଙ୍କୁ ଠେଙ୍ଗାରେ ପିଟି ଗୁପ୍ତେଶ୍ୱର ହତ୍ୟା କରିଥିଲା । ପରେ ଘରୁ ଟାଙ୍ଗିଆ ଆଣି ମୃତଦେହର ହାତ, ଗୋଡ ଓ ମୁଣ୍ଡ କାଟି ଫେରାର୍ ମାରିଥିଲା ।
ଜେରାରେ ନିଜ ଅପରାଧ ସ୍ୱୀକାର କରିଥିବା ଅଭିଯୁକ୍ତ ଗୁପ୍ତେଶ୍ୱରଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ୍ କରାଯାଇଛି । କରୋନା ପାଇଁ ଡାକ୍ତରୀ ଟେଷ୍ଟ ପରେ ତାକୁ ଗିରଫ୍ କରି ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.