jayashree

ରକ୍ତାକ୍ତ ଖେଳ ଖେଳିଲେ ରେସଲିଂ କୋଚ୍ : ପାଞ୍ଚ ଜଣଙ୍କ ହତ୍ୟା

ହରିୟାଣା : ହରିୟାଣାର ରୋହତକ ଜିଲ୍ଲାରେ ତିନିଜଣ କୋଚ୍ ସମେତ ଦୁଇଜଣ ମହିଳା ରେସଲରଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ବର୍ତ୍ତମାନ ଅନେକ କିଛି ଖୁଲାସା ହୋଇଛି । କୁହାଯାଉଛି ଯେ ଜାଟ କଲେଜ ମଇଦାନକୁ ଆସିଥିବା ମହିଳା ଖେଳାଳି ପୂଜାଙ୍କ ପରିବାର ସଦସ୍ୟ କୋଚ୍‌ ମନୋଜଙ୍କୁ ସୁଖବିନ୍ଦର ନାମରେ ଅଭିଯୋଗ କରିଥିଲେ । ମୃତ କୋଚ୍ ମନୋଜଙ୍କ ଭାଇ ପ୍ରମୋଜଙ୍କ ଅନୁଯାୟୀ ପ୍ରାୟ ପାଞ୍ଚ ଦିନ ପୂର୍ବେ ମହିଳା କ୍ରୀଡ଼ାବିତ୍ ପୂଜା ତାଙ୍କ ପରିବାରକୁ ସୁଖୱିନ୍ଦରଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗରେ କୁହାଥିଲେ ଯେ, ସୁଖୱିନ୍ଦର ତାଙ୍କୁ ହଇରାଣ କରୁଛନ୍ତି ଏବଂ ସେ ବିବାହ ପାଇଁ ଚାପ ପକାଉଛନ୍ତି ।

ପ୍ରଶିକ୍ଷକ ମନୋଜଙ୍କୁ ପରିବାର ଲୋକେ ଏହି ଅଭିଯୋଗ ଦେଇଥିଲେ । ଅଭିଯୋଗ ପରେ ମନୋଜ ସୁଖବିନ୍ଦର କୋଚଙ୍କୁ ପ୍ରଶିକ୍ଷଣ ପାଇଁ ମଇଦାନକୁ ଆସିବାକୁ ବାରଣ କରିଥିଲେ । ଏହାକୁ ଧ୍ୟାନରେ ରଖି ସୁଖୱିନ୍ଦର ଏହି ଘଟଣା ଘଟାଇଥିବା କୁହାଯାଇଛି । ପିଜିଆଇଏମ୍‌ଏସ୍‌ ପୋଲିସ ଷ୍ଟେସନରେ ହୋଇଥିବା ଅଭିଯୋଗରେ ପ୍ରମୋଜ କୁମାର କହିଛନ୍ତି ଯେ, ତାଙ୍କ ବଡ ଭାଇ ମନୋଜ କୁମାର ଜାଟ କଲେଜ ରୋହତକରେ ଡିପି ଭାବରେ କାର୍ୟ୍ୟ କରୁଥିଲେ । ଭାଉଜ ସାକ୍ଷୀ ମଲିକ ରେଳବାଇରେ କାମ କରୁଥିଲେ ।

ସୂଚନା ଅନୁସାରେ ଆରୋପୀ ସୁଖବିନ୍ଦର ମନୋଜ ଏବଂ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ବେଳେ ସେମାନ‌ଙ୍କ ପୁଅ ସରତାଜ‌ଙ୍କୁ ବି ଆକ୍ରମଣ କରିଛି । ଏହା ବ୍ୟତୀତ ଖେଳାଳି ପୂଜା, କୋଚ୍ ସତୀଶ, ପ୍ରଦୀପ ଓରଫ ଫାଉଜି (ଖେଳାଳି)ଙ୍କୁ ମଧ୍ୟ ହତ୍ୟା କରିଛି । ଅମରଜିତ (କୋଚ୍) ଆହତ ହୋଇଛନ୍ତି । ପ୍ରମୋ ଅନୁଯାୟୀ, ଅଭିଯୁକ୍ତ ସୁଖୱିନ୍ଦର ତାଙ୍କ ସହକର୍ମୀଙ୍କ ସହ ଯୋଜନାବଦ୍ଧ ଭାବେ ଏହି ଘଟଣା ଘଟାଇଛନ୍ତି ।

Leave A Reply

Your email address will not be published.