oom

ଜମି ବିବାଦକୁ ନେଇ ହଣା କଟା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅନ୍ତର୍ଗତ ସମ୍ପିଆ ପଞ୍ଚାୟତ ସମ୍ପିଆ ଗ୍ରାମରେ ଜମିବାଡ଼ି ଭାଇ ଭାଗକୁ ନେଇ ଝଗଡା ହେଇଥିଲା । ଏହି ଘଟଣାରେ ନିଜ ନିଜ ଭିତରେ ଟାଙ୍ଗିଆ ଓ ଲାଠିରେ ବାଡ଼ିଆ ପିଟା ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ପାଇ ପଦ୍ମପୁର ପୋଲିସ ଘଟଣା ସ୍ଥଳକୁ ଯାଇ ଆହତଙ୍କୁ ପଦ୍ମପୁର ଉପଖଣ୍ଡ ସାରଳା କୁମାରୀ ଚିକିତ୍ସାଳୟକୁ ଆଣିଥିବା ବେଳେ ଭୀମସେନ ବେହେରା(୬୦) ଏବଂ ଗୌତମ ବେହେରା (୪୫)ଙ୍କୁ ପ୍ରାଥମିକ ଚିକିତ୍ସା ସହ ବୁର୍ଲା ବଡ଼ ମେଡିକାଲକୁ ରେଫର କରାଯାଇଛି ।

ଅନ୍ୟପଟେ ଘଟଣାରେ ଆଉ ଜଣେ ମନୋଜ ବେହେରା(୨୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପଧାନ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିବା ସହ ପରିବାରର ଅନ୍ୟମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.