ଦିୱାସ୍ : ଧ୍ୟପ୍ରଦେଶର ଦିୱାସ୍ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଜଣେ ଦିଅର ତାଙ୍କ ଭାଉଜଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଭାଉଜଙ୍କୁ ଗୁଳି କରିବା ଉତାରୁ ଦିଅର ନିଜେ ପୁଣି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।
ବାସ୍ତବରେ, କଥାଟି ହେଲା ଖାଦ୍ୟ ଥାଳି ନ ଲଗାଇବା ହେତୁ ଭାଉଜଙ୍କ ସହ ବିବାଦ ହୋଇଥିଲା ଦିଅରଙ୍କର । ଏହି କାରଣରୁ ଦିଅର ଜଣକ ତାଙ୍କ ଭାଉଜଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲା ରବିବାର ହାଟପାଲିଆ ପୋଲିସ ଷ୍ଟେସନ ଅଂଚଳରେ ଘଟିଛି । ଏଠାରେ ରହୁଥିବା ଡକ୍ଟର ରୀନା ବୃତ୍ତିରେ ଜଣେ ଡାକ୍ତର ଥିଲେ । ରୀନାଙ୍କୁ ତାଙ୍କ ଦିଅର ବିଜୟ ଖାଇବାକୁ ଦେବାକୁ କହିଥିଲେ, କିନ୍ତୁ ଡକ୍ଟର ରୀନା ତାହା ନକରି ଗୁରିଆ ରୋଡରେ ଥିବା ତାଙ୍କ କ୍ଲିନିକକୁ ଚାଲିଯାଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ବିଜୟ ଭାଉ ନିକଟକୁ ଯାଇ କ୍ଲିନିକରେ ଡକ୍ଟର ରୀନାଙ୍କୁ ଗୁଳି କରିଥିଲେ । କୁହାଯାଉଛି ଯେ, ଭାଉଜଙ୍କୁ ଗୁଳି କରିବା ପରେ ବିଜୟ ତାଙ୍କ ଭାଇ ସନ୍ଦୀପଙ୍କୁ ଡାକି କହିଥିଲେ ଯେ ସେ ଭାଉଜଙ୍କୁ ଗୁଳି କରି ମାରି ଦେଇଛନ୍ତି ।
ଘଟଣାସ୍ଥଳରୁ ଖସିଯିବା ପରେ ସନ୍ଦୀପ ଏକ ବଗିଚାକୁ ଯାଇ ନିଜେ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ଘଟଣା ଖବର ପାଇବା ମାତ୍ରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ ସେହି ରିଭଲଭରକୁ ମଧ୍ୟ ପାଇଛି, ଯେଉଁଠାରୁ ବିଜୟ ତାଙ୍କ ଭାଉଜଙ୍କୁ ଗୁଳି ଚଳାଇଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।