oom

ଅତାବିରା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର : ଦୁଇ ଗିରଫ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ଥାନା ଅଂଚଳର ବହୁତ ଦିନରୁ ନିଶା କାରବାର ବ୍ୟାପକ ଭାବରେ ବଢି ଚାଲିଛି । ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ଦିଲିପ କୁମାର ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳ ଗ୍ରସ୍ତ ଥିବା ସମୟରେ ପାହାଡଶ୍ରୀଗିଡା ଠାରେ ନିଶା କାରବାର ହେଉଥିବା କୌଣସି ସୂତ୍ରରୁ ଖବର ପାଇ ସେଠାକୁ ଯାଇ ଚଢ଼ାଉ କରିଥିଲେ । ପାହାଡଶ୍ରୀଗିଡାର ଦୁଇଜଣ ବ୍ୟକ୍ତି ଜିତୁ ପ୍ରଧାନ(୨୪), ପିତା ଲିଙ୍ଗରାଜ ପ୍ରଧାନ, ସୁବ୍ରତ ମେହେର(୪୦), ପିତା ଧନୁର୍ଜୟ ମେହେର, ତାଙ୍କ ଠାରୁ ୨୬ଟି ଏସ୍‌କେଏପ୍ କପସିରପ୍ ସିଲବାଲା, ୫ଟି ବିନା ସିଲବାଲା, ଗୋଟିଏ ଜାରରେ ୧୦ଲିଟର ଅପମିଶ୍ରଣ ତରଳ ପଦାର୍ଥ ଓ ଏହା ସହିତ ଏକ ପତା ଏଲପ୍ରାସ ବଟିକା ଜବତ କରିଥିଲେ । ଉଭୟଙ୍କୁ ଗିରଫ କରି ଅତାବିରା ଥାନା କେସ ନମ୍ବର ୧୬୦/୧୯.୬.୨୧ ଦଫା ୨୭୪,୨୭୫/୩୪ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଥାନା ଅଧିକାରୀ ଦିଲିପ କୁମାର ବେହେରା ଆଗକୁ ନିଶା କାରବାର ଉପରେ ବ୍ୟାପକ ଚଢାଉ କରାଯିବ କହିଛନ୍ତି ।

jittmm
Leave A Reply

Your email address will not be published.