ବିଚ୍‌ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ : ମିଠା ଦୋକାନୀଙ୍କୁ ରାସ୍ତା ଉପରେ ହତ୍ୟା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଚ୍‌ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତପୁର ଅଂଚଳରେ ଆଜି ଅପରାହ୍ନ ୩ଟା ସମୟରେ ଜଣେ ମିଠା ଦୋକାନୀ ଆଉ ଜଣେ ମିଠା ଦୋକାନୀଙ୍କୁ ରାସ୍ତା ଉପରେ ଗୋଡେ଼ଇ ଗୋଡେ଼ଇ ହତ୍ୟା କରିଥିବା ଘଟଣା ସାରା ଅଂଚଳକୁ ଭୟଭୀତ କରି ପକାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ବିଗତ ସମୟରେ କରୋନା ମହାମାରୀ ଯୋଗୁଁ ଦୋକାନ ସବୁ ବନ୍ଦ ଥିବା ବେଳେ କଟକଣା କୋହଳ ପରେ ପୁଣି ଦୋକାନ ଖୋଲିଥିଲେ ଦୁହେଁ । ତେବେ ହତ୍ୟାକାରୀ ଜଣକ ରାସ୍ତା ଉପରେ ଗୋଡେ଼ଇ ଗୋଡେ଼ଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଦୃଶ୍ୟରେ ଥରି ଉଠିଥିଲା ଅଂଚଳ । ଏଭଳି ଜଘନ୍ୟ ହତ୍ୟାକାଣ୍ଡର ପ୍ରତିବାଦ ଜଣାଇ ସ୍ଥାନୀୟ ଲୋକେ ସାମନ୍ତପୁର-ପୁରୀ ରାସ୍ତାକୁ ବନ୍ଦ କରି ଦେଇଥିବା ବେଳେ ଉତ୍ତେଜିତ ଲୋକେ ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଦାବୀ କରିଛନ୍ତି । ଶ୍ରୀଲିଙ୍ଗରାଜ ପୁଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ମୃତକଙ୍କ ମୃତ ଶରୀର ଜବତ କରିଥିବା କୁହାଯାଇଛି । ହତ୍ୟାକାରୀ ଘଟଣା ସ୍ଥଳରୁ ଫେରାର୍‌ ମାରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.