csstore

ଅଇଁଲାସାରି ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଇଁଲାସାରି ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଗତ ବୁଧବାର ଦିନ ଅଇଁଲାସାରି ଗ୍ରାମରେ ଥିବା ଦଳିତ ପଡାବାସୀଙ୍କୁ ଆକ୍ରମଣ ଘଟଣାରେ ଏହି ଅଭିଯୁକ୍ତମାନେ ଅସଭ୍ୟ ଭାଷରେ ଗାଳି ଗୁଲଜ କରିବା ସହ ଘର ଓ ଆସବାବ ପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ଥିବାବେଳେ ଅସ୍ପୃଶ୍ୟତା ନିବାରଣ ଆଇନ ମାଧ୍ୟମରେ ଏମାନଙ୍କୁ ଗିରଫ କରାଯାଇଥିବା କୁହାଯାଇଛି ।
ସମସ୍ତ ଅଭିଯୁକ୍ତ ପୁଇଁନ୍ତଳା ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତର ଅଇଁଲାସାରି ଗ୍ରାମର ହୋଇଥିବାବେଳେ ସେମାନଙ୍କ ନାମ ନବକିଶୋର ବଗର୍ତ୍ତି(୨୪), ତାଇଚୁନ ଖୁଟୁଲି (୪୯), ରାତ୍ର ବଗର୍ତ୍ତି (୪୯), ଗଜିନ୍ଦ୍ର ଷାଣ୍ଢ (୨୫), ବିହାରି ବଗର୍ତ୍ତି (୩୯), ଅଶିଲ ବିଶି(୫୦), କିଶୋର ପୁଞ୍ଚକି(୩୮) ବୋଲି ଜଣାପଡିଛି । ତେବେ ଆକ୍ରମଣରେ ବ୍ୟବହୃତ ଲାଠି ଓ ପଥରକୁ ପୋଲିସ ଜବତ କରିଛି ।

jayashree
Leave A Reply

Your email address will not be published.