ସାଇକେଲରେ ଯେତେଜଣ ଯାଉଛନ୍ତି, କାରରେ ବି ଏତେଜଣ ଯିବା କଥା ନୁହେଁ

ନୂଆଦିଲ୍ଲୀ : ଜଣେ ବାପା ନିଜ ପିଲାମାନଙ୍କ ପାଇଁ ସବୁକିଛି ତ୍ୟାଗ କରିପାରେ । ସବୁ ଦାୟିତ୍ୱ ତୁଲାଇ ପିଲାକୁ ବଡ କରିବା ନିଶ୍ଚିତ ଭାବେ ଏକ କାଠିକର ପାଠ । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଏହାକୁ ଠିକ୍ ଭାବେ ବୁଝି ପାରିବେ । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ପିଲାମାନଙ୍କୁ ସାଇକେଲରେ ବସାଇ ନେଉଯାଉଛି । ତେବେ ମଜାକଥା ହେଉଛି ଜଣେ କିମ୍ବା ୨ ଜଣ ନୁହେଁ, ସାଇକେଲରେ ୯ ଜଣ ପିଲା ଯାତ୍ରା କରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତଙ୍କୁ ଏହା ଖୁବ୍ ପସନ୍ଦ ଆସୁଛି । ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି କି କିଏ କହୁଛି ପିତୃତ୍ୱ ସହଜ କାମ । ଭିଡିଓକୁ ଏପର୍ୟ୍ୟନ୍ତ ୮ ହଜାରରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ୯୩୭ ଜଣ ଏହାକୁ ଲାଇକ୍ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.