ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ ୨.୧୫ ପ୍ରତିଶତ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ଵସ୍ତରରେ ଭାରତ ସର୍ବନିମ୍ନ କୋଭିଡ ଜନିତ ମୃତ୍ୟୁହାର ବଜାୟ ରଖିଛି । ମୃତ୍ୟୁହାର ୨.୧୫ ପ୍ରତିଶତରେ ଆଜି (୦୧.୦୮.୨୦୨୦) ପହଞ୍ଚିଥିବା ବେଳେ ପ୍ରଥମ ଲକଡାଉନ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡିଛି । ଜୁନ ମାସ ମଧ୍ୟଭାଗରେ ଏହା ଶତକଡା ୩.୩୩ ଥିବା ବେଳେ କ୍ରମାଗତ ଭାବେ ଏହା ହ୍ରାସ ପାଇଆସୁଛି ।
କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ କେନ୍ଦ୍ରର ପ୍ରୟାସ, ସମନ୍ୱିତ ଏବଂ ବିକାଶଶୀଳ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ଏହା ପରିଣାମ । ଆକ୍ରମଣାତ୍ମକ ପରୀକ୍ଷଣ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ମାଧ୍ୟମରେ ଶୀଘ୍ର ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯିବା ଦ୍ଵାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଇଛି, ଯାହା ସୂଚାଇ ଦେଇଛି ଯେ ଭାରତ କୋଭିଡ-୧୯ର ମୃତ୍ୟୁ ହାରକୁ ସଫଳତାର ସହ ବାନ୍ଧି ରଖିବାରେ ସକ୍ଷମ ହୋଇଛି ।
ଦକ୍ଷ ଆବଦ୍ଧାଞ୍ଚଳ ପରିଚାଳନା, ଅଧିକରୁ ଅଧିକ ପରୀକ୍ଷା ଏବଂ ନିୟମାବଳୀ ପାଳନ ସହ ଉତ୍ତମ ଚିକିତ୍ସା ଯୋଗୁଁ ଦିନକୁ ୩୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ମୋଟ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୧ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୬୯ ରୋଗୀ ହସ୍ପିଟାଲରୁ ଘରକୁ ଫେରିଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୯୪,୩୭୪ରେ ପହଞ୍ଚିଛି । ଏହି ହାର ଶତକଡା ୬୪.୫୩ ବୋଲି ଜଣାପଡିଛି । ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ରୋଗୀ ଏବଂ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଏହା ୫,୨୯,୨୭୧ ଥିବା ବେଳେ ୫,୬୫,୧୦୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ତ୍ରୀସ୍ତରୀୟ ହସ୍ପିଟାଲ ଭିତ୍ତିଭୂମି ଯୋଗୁଁ ରୋଗୀ ଉପଚାରର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇଛି । ଆଜିସୁଦ୍ଧା ୧୪୮୮ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ୨,୪୯,୩୫୮ ଏକାନ୍ତବାସ ଶଯ୍ୟା, ୩୧,୬୩୯ ଆଇସିୟୁ ଶଯ୍ୟା ଏବଂ ୧,୦୯,୧୧୯ ଅମ୍ଳଜାନଯୁକ୍ତ ଶଯ୍ୟା, ୧୬,୬୭୮ ଭେଣ୍ଟିଲେଟର ରହିଛି । ୩,୨୩୧ଟି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨,୦୭,୨୩୯ଟି ଏକାନ୍ତବାସ ଶଯ୍ୟା, ୧୮,୬୧୩ ଆଇସିୟୁ ଶଯ୍ୟା, ୭୪,୧୩୦ ଅମ୍ଳଜାନଯୁକ୍ତ ଶଯ୍ୟା ଏବଂ ୬,୬୬୮ଟି ଭେଣ୍ଟିଲେଟର ରହିଛି । ଅଧିକନ୍ତୁ ୧୦,୭୫୫ କୋଭିଡ ସୁଧାର କେନ୍ଦ୍ରରେ ବର୍ତ୍ତମାନ ୧୦,୦୨,୬୮୧ ଶଯ୍ୟା କରୋନା ରୋଗୀଙ୍କ ଉପଚାର ନିମନ୍ତେ ଉପଲବ୍ଧ ହେଉଛି । କେନ୍ଦ୍ର ସରକାର ୨୭୩.୮୫ ଲକ୍ଷ ଏନ-୯୫ ମାସ୍କ ଏବଂ ୧୨୧.୫ ଲକ୍ଷ ପିପିଇ କିଟ୍ସ, ୧୦୮୩.୭୭ ଲକ୍ଷ ହାଇଡ୍ରୋକ୍ସିନ କ୍ଳୋରୋକୁଇନ ବଟିକା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଷ୍ଠାନକୁ ଯୋଗାଇ ଦେଇଛନ୍ତି ।
କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ[email protected] ଏବଂ [email protected] ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-୧୯ ଜନିତ କୌଣସି ସୂଚନା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf

Leave A Reply

Your email address will not be published.